Odisha Link
Bridging the Missing Links in Odisha

ଯାଜପୁରରେ ଉଠା ଜଳ ସେଚନ ସମୀକ୍ଷା କଲେ ଅମରେଶ ପତ୍ରୀ

ଭୁବନେଶ୍ୱର : ଉଠା ଜଳ ସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ଓ ରସୁଲପୁର ବ୍ଲକର ବିଭାଗୀୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଦୁଇ ବ୍ଲକରେ ନିର୍ମାଣାଧିନ ଉଠା ଜଳସେଚନ ପ୍ରକଳ୍ପକୁ ଆଗାମୀ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ସଂପୂର୍ଣ୍ଣ କରିବାକୁ ଅଧ୍ୟକ୍ଷ ପତ୍ରୀ ଉପସ୍ଥିତ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଏବଂ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।
ଯେଉଁ ଉଠା ଜଳ ସେଚନ ପ୍ରକଳ୍ପଗୁଡିରେ ବିଦ୍ୟୁତ୍ ଶକ୍ତି ଯୋଗାଣ ସମସ୍ୟା ରହିଛି, ସେଥି ପ୍ରତି ଦୃଷ୍ଟି ଦେଇ ସେସୁ କର୍ମଚାରୀଙ୍କ ସହିତ ଯୋଗାଯୋଗ ରକ୍ଷା କରି ସେହି ସବୁ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ । ତତ୍ ସହିତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଆନୁଷଙ୍ଗିକ ଅନ୍ୟାନ୍ୟ ସମସ୍ୟା ଓ ଏହାର ସମାଧାନ ଦିଗରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପ୍ରକଳ୍ପ ତଥା ଗୁଣାତ୍ମକମାନ ନିୟନ୍ତ୍ରଣ ଅଧିକ୍ଷଣ ଯନ୍ତ୍ରୀ ତଥା କଟକ ଉଠା ଜଳସେଚନ ସର୍କଲର ଭାରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ. ମାନସ ରଂଜନ ପଟ୍ଟନାୟକ ଏବଂ ଯାଜପୁର ରୋଡ ଉଠାଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.