ଡାକ୍ତରଙ୍କ ଚେତାବନୀ ପରେ ବି ମାନିବାକୁ ନାରାଜ୍ ବିଗ୍ ବି

ଭୁବନେଶ୍ବର : ବଲିଉଡର ବିଗ୍ ବି ଅର୍ଥାତ୍ ମହାନାୟକ ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧିତ ରେ ଏକ ସୂଚନା ଦେଇଛନ୍ତି । ତାଙ୍କୁ କିଛି ସମୟ ପାଇଁ କାମରୁ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଅମିତାଭ ‘ସାତ ହିନ୍ଦୁସ୍ତାନୀ’ ସିନେମା ଦ୍ବାରା ବଲିଉଡରେ ପାଦ ଦେଇଥିଲେ । ଆଜି ଅମିତାଭ ବିଚ୍ଚନଙ୍କ ହିନ୍ଦୀ ସିନେମାରେ ୫୦ ବର୍ଷ ପୁରା କରିସାରିଛନ୍ତି। । ସେପ୍ଟେମ୍ବର ୨୪ରେ ସୁପରଷ୍ଟାର ଅଭିନତାଭ ବଚ୍ଚନଙ୍କୁ ଦାଦା ସାହେବ୍ ଫାଲ୍କେ ସମ୍ମାନରେ ସମ୍ମାନିତ କରିବାପାଇଁ ଘୋଷଣା କରାଯାଇଛି ।
ଅମିତାଭ ବଚ୍ଚନ ନିଜ ଘରେ ଚିକିତ୍ସକଙ୍କ ସହ ସାକ୍ଷାତକାର କରିବାର ଫଟୋ ସେୟାର କରିବା ସହ ଅନ୍ୟ କେତେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଏଥିସହ ବିଗ୍ ବି ଲେଖିଛନ୍ତି ”ସ୍ୱର୍ଗରୁ ଆସିଥିବା ଷ୍ଟେଥେସ୍କୋପ ପିନ୍ଧିଥିବା ଦୂତ” ତାଙ୍କୁ ଚେତାବନୀ ତ ଦେଇଛନ୍ତି କିନ୍ତୁ ସେ ତାଙ୍କର କାମ ଜାରି ରଖିବେ। ଏହି ସୂଚନା ଅମିତାଭ ବଚ୍ଚନ ନିଜର ଅଧିକାରୀକ ବ୍ଲଗରେ ଦେଇଛନ୍ତି।
Comments are closed.