Odisha Link
Bridging the Missing Links in Odisha

ବୁଲ୍‌ବୁଲ୍’ର ମୁକାବିଲା ପାଇଁ ୨୫ଜଣିଆ ଏନ୍‌ଡିଆରଏଫ ଟିମ୍ ସଜାଗ

କେନ୍ଦ୍ରାପଡା: ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନଡିଆରଏଫର ୨୫ ଜଣିଆ ଟିମ୍, ଲାଇଫ୍ ଜ୍ୟାକେଟ, ବୋଟ, କଟର, ଜେନେରେଟର ସବୁ ପ୍ରସ୍ତୁତ ରହିଛି।
ଏହାସହ ଜିଲ୍ଲାର ୯ଟି ବ୍ଲକ୍ ରେ ଥିବା ୧୧୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୧୯ଟି ରେଡକ୍ରସ ଦାୟିତ୍ଵରେ ରହିଛି। (ଓଏସଡ଼ିଏମଏ) ଦାୟିତ୍ଵରେ ୯୮ଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ପ୍ରତି ଆଶ୍ରୟସ୍ଥଳୀ ଦାୟିତ୍ଵରେ ପିଇଓ ଓ ଜିଆରଏସ ଅଛନ୍ତି। ୯୮ଟି ଆଶ୍ରୟସ୍ଥଳୀ ମଧ୍ୟରୁ ୭୧ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୨୭ଟି ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଏନଡିଆରଏଫ ଟିମ୍ ନିଜ ସାଙ୍ଗରେ ବୋଟ, ଲାଇଫ ଜ୍ୟାକେଟ, କଟର୍, ଜେନେରେଟର ପ୍ରଭୃତି ରଖିଥିବା ବେଳେ ଟିମ୍ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଏନଡିଆରଏଫ ଇନ୍ସପେକ୍ଟର ସୁନୀଲ କୁମାର ଶାନ୍ତି ସୂଚନା ଦେଇଛନ୍ତି

Comments are closed.