ହାର୍ଟ କେୟାର ୟୁନିଟ୍ର ସୁପରିଚାଳନା ପାଇଁ ସରକାର ଗଠନ କରିବେ କର୍ପସ ଫଣ୍ଡ

ଭୁବନେଶ୍ୱର : କ୍ୟାପିଟାଲ୍ ହସ୍ ପିଟାଲରେ ହାର୍ଟ ସର୍ଜରୀ ବିଭାଗ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ୨୦୨୦ ଜାନୁଆରୀ ମାସ ୧୫ ତାରିଖ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏହି ମର୍ମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରୁ ଜଣା ପଡ଼ିଛି ଯେ ସାଧାରଣ ଲୋକଙ୍କୁ ଉନ୍ନତ ମାନର ହାର୍ଟ କେୟାର ସୁବିଧା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।
ଏଥି ପାଇଁ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ନିଯୁକ୍ତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସରକାରୀ ବିଧିବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ସହିତ ୧୫ ଜଣ ନର୍ସଙ୍କୁ ଅଇ.ସି.ୟୁ ମ୍ୟାନେଜ୍ମେଣ୍ଟ ଟ୍ରେନିଙ୍ଗ୍ ଦେବା ପାଇଁ ସରକାର ଚିନ୍ତା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ ଶର୍ଯ୍ୟା ବିଶିଷ୍ଟ କାର୍ଡିଆକ୍ କେୟାର ୟୁନିଟ୍ ଆରମ୍ଭ କରିବାକୁ ସରକାର ଯୋଜନା କରିଥିବାବେଳେ ସେଥି ମଧ୍ୟରୁ ୧୫ଟି ପୁରୁଷ ରୋଗୀ ଓ ଅନ୍ୟ ୧୫ଟି ମହଳା ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ହେବ । ଏହା ସହିତ ୧୦ ଜଣ ହାଉସ୍କି ପିଙ୍ଗ୍ ଷ୍ଟାଫ୍ଙ୍କ ସହ କ୍ୟାଥ୍ଲ୍ୟାବ୍, ଇସିଜି, ଇକୋ, ଟିଏମ୍ଟି ଟେକ୍ନିସିଆନ୍ ନିଯୁକ୍ତି ଦେବା ପାଇଁ ସରକାର ସ୍ଥିର କରିଛନ୍ତି । ଏହା ସହିତ ସଂକ୍ରମଣ ରୋକିବା ପାଇଁ ଷ୍ଟେରିଲାଇଜେସନ୍ ଉପରେ ଧ୍ୟାନ ଦେଉଛନ୍ତି । ଏହି ଅବସରରେ ଡିଏମ୍ଇଟିଙ୍କୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଉଚ୍ଚ ମାନର ହାର୍ଟ କେୟାର ୟୁନିଟ୍ ପାଇଁ ଅନ୍ୟ ଆବଶ୍ୟକୀୟ ପଦକ୍ଷେ ପ ଗ୍ରହଣ କରି ସରକାରଙ୍କୁ ଖୁବ୍ ଶୀଘ୍ର ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ଦାସ୍ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ସୂଚନାେଯୋଗ୍ୟ ଯେ ସତ୍ୟସାଇ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟର ମେଡିକାଲ୍ ସାଇନ୍ସ, ବେଙ୍ଗାଲୁରୁ ଓ ପୁଟ୍ଟ ପୂର୍ତ୍ତି ଉଭୟ ହସ୍ ପିଟାଲ୍ର କାର୍ଡିଆକ୍ ସାଇନ୍ସେସ୍ ବିଭାଗର ଅଧ୍ୟକ୍ଷ ଡା. ପ୍ରଭାତ କୁମାର ଦାସ ଏହି ଅବସରରେ ହାର୍ଟ କେୟାର ୟୁନିଟ୍କୁ ଆସନ୍ତା ଜାନୁଆରୀ ୧୫ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଡା. ଦାସ ହାର୍ଟ ଲଙ୍ଗ୍ ମେସିନ୍ ସହ ନୂଆ କ୍ୟାଥ୍ ଲ୍ୟାବ୍ ଅସ୍ତ୍ରୋ ପଚାର ପାଇଁ ଆବଶ୍ୟକ ଅନ୍ୟାନ୍ୟ ସରଞ୍ଜାମ ଖୁବ୍ ଶୀଘ୍ର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । ଏହି ବିଷୟରେ ମତଦେଇ ମନ୍ତ୍ରୀ ଦାସ କହିଥିଲେ ଯେ ସମସ୍ତ ବ୍ୟବସ୍ଥାକୁ ସୁରୁଖୁରୁରେ ସଂଚାଳନ ପାଇଁ ସରକାର ଏକ କ ର୍ପସ ଫଣ୍ଡ ଗଠନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଡିଏମ୍ଇଟି ସିବିକେ ମହାନ୍ତି, କ୍ୟା ପିଟାଲ୍ ହସ୍ ପିଟାଲ୍ର ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ପଟ୍ଟନାୟକ ଓ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Comments are closed.