Odisha Link
Bridging the Missing Links in Odisha

‘ପିଆଜ ପାଇଁ ଦିନେ ଏ ସରକାର ଯିବ’

ଭୁବନେଶ୍ବର: କନ୍ଦାଉଛି ପିଆଜ। ରାଜ୍ୟରେ ପରିବାଦର ସହିତ ପିଆଜ ଦର ଆକାଶ ଛୁଆଁ। ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ।

ସାମ୍ବାଦିକଙ୍କ ପିଆଜ ଦର ବୃଦ୍ଧି ପ୍ରଶ୍ନରେ ସୁର କହିଛନ୍ତି ଯେ, ଏ ଅପାରଗ ସରକାର ଭୋଟ ପାଇଁ ଟଙ୍କିକିଆ ଚାଉଳରେ ସବସିଡି ଦେଉଛନ୍ତି। ସେହିଭଳି ପିଆଜରେ ସବସିଡି ଦେଇ ଗରିବ ଲୋକଙ୍କୁ ଦେଲେ ହୁଅନ୍ତାନି। ଦିନକୁ ଦିନ ପିଆଜ ଦର ବୃଦ୍ଧି ପାଉଛି। ଚାଉଳ ପରି ପିଆଜରେ ସବସିଡି ଲଗାଇ ଗରିବ ଲୋକଙ୍କୁ ଦେଲେ ହୁଅନ୍ତାନି ବୋଲି କହିଛନ୍ତି ସୁର ରାଉତରାୟ।

ଏଥିସହିତ ସେ କହିଛନ୍ତି ଯେ, କେବଳ ଚାଉଳରେ ସବସିଡି ଦେଉଛ ଭୋଟ ପାଇଁ । କଣ ଏ ପିଆଜରେ ଭୋଟ ପାଇବେନି। ଏ ପିଆଜ ପାଇଁ ବହୁତ ସରକାର ଯାଇଛି। ପିଆଜ ପାଇଁ ଏ ସରକାର ଦିନେ ଯିବ ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ।

Comments are closed.