ଦୁଃଖ ପ୍ରକାଶ କଲେ ଅନୁଭବ, କହିଲେ ଗଣମାଧ୍ୟମ ପ୍ରତି…(ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ଗଣମାଧ୍ୟମ ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କରିବା ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ସୋସିଆଲ ମିଡିଆ ଜରିଆରେ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘ଗଣମାଧ୍ୟମ ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ରହିଛି। ଗଣମାଧ୍ୟମକୁ ସବୁବେଳେ ମୁଁ ସହଯୋଗ କରିଆସିଛି। ଦୁଇଦିନ ତଳେ କେନ୍ଦ୍ରାପଡାରେ ଘଟିଥିବା ଘଟଣାରେ ମୁଁ ବ୍ୟଥିତ। ଏହା ଉଦ୍ଦେଶ୍ୟମୂଳକ ନଥିଲା, କି ଏହା ମୁଁ ଜାଣିନଥିଲି । ଏଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି ।’
ଏହା ସହ ଅନୁଭବ କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ବୈଜୟନ୍ତ ପଣ୍ଡା ମୋଠାରୁ ଦେଢଲକ୍ଷ ଭୋଟରେ ହାରିଥିଲେ। ତାଙ୍କ ପରିବାର ମାଲିକାନାରେ ଥିବା ଚ୍ୟାନେଲ ମୋ ଚରିତ୍ର ସଂହାର କରୁଛି । ମୋତେ ବିରକ୍ତ ଓ ଅପମାନିତ କରିବାରେ ଚ୍ୟାନେଲ ଲାଗିଛି।’ ଏମିତି ନକରିବାକୁ ମୁଁ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରୁଛି ବୋଲି ଅନୁଭବ କହିଛନ୍ତି।
ତେବେ ସାମ୍ବାଦିକାଙ୍କୁ ର୍ଦୁବ୍ୟବହାର କରି ବିବାଦ ଘେରରେ ଆସିଥିଲେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି। କାଲି ସାମ୍ବାଦିକ ପ୍ରତିବାଦ କରିଥିବା ଫଳରେ ଆଜି ତାଙ୍କ ନାଁମରେ ମାମଲା ରୁଜୁ ହୋଇଥିଲା।