Odisha Link
Bridging the Missing Links in Odisha

ବିଧାନସଭାର ବିଭିନ୍ନ କମିଟିଙ୍କ ଅଧ୍ୟକ୍ଷମାନଙ୍କ ବୈଠକ

ଭୁବନେଶ୍ୱର : ବାଚସ୍ପତି ଡସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭାର ବିଭିନ୍ନ କମିଟିଙ୍କ ଅଧ୍ୟକ୍ଷମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ବିଧାନସଭାର ବିଭିନ୍ନ କମିଟିଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ପି୍ରଭିଲେଜ୍‌ କମିଟିର ଅଧ୍ୟକ୍ଷ ପ୍ରତାପ ଜେନା, ଏଷ୍ଟିମେଟ୍‌ କମିଟିର ଅଧ୍ୟକ୍ଷ ପ୍ରତାପ କେଶରୀ ଦେବ, ସରକାରୀ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ, ବିଭାଗୀୟ ସ୍ଥାୟୀ କମିଟି-୨ର ଅଧ୍ୟକ୍ଷ ଡ ନୃସିଂହଚରଣ ସାହୁ, ବିଭାଗୀୟ ସ୍ଥାୟୀ କମିଟି-୩ର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ, ବିଭାଗୀୟ ସ୍ଥାୟୀ କମିଟି-୪ର ଅଧ୍ୟକ୍ଷ ଭୂପିନ୍ଦର ସିଂହ, ବିଭାଗୀୟ ସ୍ଥାୟୀ କମିଟି-୭ର ଅଧ୍ୟକ୍ଷ ପ୍ରଦି ପ କୁମାର ଅମାତ, ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ତଥା ବିଭାଗୀୟ ସ୍ଥାୟୀ କମିଟି-୮ର ଅଧ୍ୟକ୍ଷ ମହନ୍ତ ଚରଣ ମାଝୀ, ବିଭାଗୀୟ ସ୍ଥାୟୀ କମିଟି-୯ର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ପିଟିସନ କମିଟିର ଅଧ୍ୟକ୍ଷ ବଦି୍ରନାରାୟଣ ପାତ୍ର, ପେପର୍ସ ଲେଡ୍‌ ଅନ୍‌ ଦି ଟେବୁଲ କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ସରକାରୀ ପ୍ରତିଶ୍ରୁତି କମିଟିର ଅଧ୍ୟକ୍ଷ ଡ ପ୍ରଦୀପ କୁମାର ପାଣିଗ୍ରାହୀ, ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ପ୍ରଦୀପ ମହାରଥୀ, ସଦାଚାର କମିଟିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ ଅଂଶଗ୍ରହଣ କରିଥିଲେ ।
ଏହାଛଡ଼ା ବିଭାଗୀୟ ସ୍ଥାୟୀ କମିଟି-୩ର ଅଷ୍ଟମ ବୈଠକ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପୂର୍ତ୍ତ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକମାନଙ୍କରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭାର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.