Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ପାଓ୍ବାର ପ୍ଲେ ସରିଜଯାଇଛି। ଫଳରେ ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ ଆସିଛି। ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି। ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି ଓ ଆସନ୍ତା ୧୧ ତାରିଖ ଅର୍ଥାତ ସୋମବାର ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ତାଙ୍କୁ କୁହାଯାଇଛି।

ଗତକାଲି ଦେବେନ୍ଦ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇଛି। ସମ୍ବିଧାନ ଅନୁସାରେ ଏହି ତାରିଖ ପୂର୍ବରୁ ନୂଆ ବିଧାନସଭା ଗଠିତ ହେବା କଥା । କିନ୍ତୁ ନୂଆ ସରକାର ଗଠନ ହୋଇନପାରିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ ।

ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି । ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଜେପିକୁ ସମର୍ଥନ କରୁଛନ୍ତି । ଏଣୁ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ବିଜେପିକୁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ ପଡିବ ।

Comments are closed.