Odisha Link
Bridging the Missing Links in Odisha

୨ଦିନ ସମୟ ମାଗିଲା ଶିବସେନା, ରାଜ୍ୟପାଳ କହିଲେ..

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ଘଡିକେ ଘୋଡା ଛୁଟୁଛି।ମହାରା‌ଷ୍ଟ୍ର ରାଜନୀତିରେ ସୁପରଓଭର ଜାରି । ଆଜି ଯାଏଁ ଶେଷ ହେଲା ନାହିଁ ମହାରାଷ୍ଟ୍ରର କ୍ଷମତା ନାଟକ। ଏବେବି ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି। ଗୋଟିଏ ପଟେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଶିବସେନା ଦାବି କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ଏଯାଏଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ସରକାର ଗଠନ ପାଇଁ ଶିବସେନାକୁ ସମର୍ଥନ ଦିଆଯିବ କି ନାହିଁ ତାହା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା ପରେ ନିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟପାଳଙ୍କୁ ଭେଟିବା ପରେ ଶିବସେନା ନେତା ଆଦିତ୍ୟ ଠାକରେ କହିଛନ୍ତି, ମହାରାଷ୍ଟ୍ରରେ ସରକାର ଗଢିବାକୁ ଦଳ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି। ଆଉ ଏଥିପାଇଁ ଅଧିକ ୪୮ ଘଣ୍ଟାର ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ ମନା କରିଛନ୍ତି। ତେବେ ଆମର ଦାବିକୁ ଖାରଜ କରିନାହାନ୍ତି ବୋଲି କହିଛନ୍ତି ଆଦିତ୍ୟ। ଏଯାଏଁ ଆମେ ସରକାର ଗଢିବାକୁ ଆଶାବାଦୀ ଅଛୁ। ଆଉ ଏଥିପାଇଁ ଅନ୍ୟ ଦଳ ସହ ଆଲୋଚନା ଚାଲିଛି । କଂଗ୍ରେସ-ଏନସିପି ସହ ଆଲୋଚନା କରୁଛି। ମହାରାଷ୍ଟ୍ରକୁ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି। ଖୁବଶୀଘ୍ର ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଦିତ୍ୟ।

ଏସବୁ ଭିତରେ ଏବେ ରାଜ୍ୟପାଳଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ସରକାର ଗଠନ ପାଇଁ ଅଧିକ ସମୟ ଦେବାକୁ ମନା କରିବା ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରନ୍ତି ରାଜ୍ୟପାଳ ଭଗତ୍ ସିଂ କୋଶଆରି । ତେବେ ଶିବସେନା ଆବଶ୍ୟକୀୟ ସଦସ୍ୟଙ୍କ ସମର୍ଥନ ପତ୍ର ହାସଲ କରିପାରିଲେ ରାଜ୍ୟପାଳ ପୁଣିଥରେ ଦଳକୁ ସରକାର ଗଢିବାକୁ ସୁଯୋଗ ଦେଇପାରନ୍ତି।

Comments are closed.