Odisha Link
Bridging the Missing Links in Odisha

ନାଚିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର: ସଂକୀର୍ତ୍ତନ ଦଳରେ ମିଶି ନାଚିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ। ଗତକାଲି ଥିଲା ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍‌ ହୋଇଥିଲେ। ମୃଦଙ୍ଗ, ଝାଞ୍ଜ ଓ ଗିନି ସହ ତାଳ ଦେଇ ସଂକୀର୍ତ୍ତନ ଦଳ ସହିତ ସେ ନାଚିଥିଲେ। ପୂରା ଭକ୍ତି ଭାବରେ ସେ ନିମଗ୍ନ ହୋଇଯାଇ ଥିଲେ।

ପରେ ସେ ମିତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିଜ ଜନ୍ମଦିନରେ ଆୟୋଜିତ ରକ୍ତଦାନ ଶିବିର ଓ ଚିକିତ୍ସା ଶିବିର ପରିଦର୍ଶନ କରିଥିଲେ। ପରେ ଗୋରୁଙ୍କୁ କୁଣ୍ଡା ଓ ଘାସ ଖାଇବାକୁ ଦେଇ ଥିଲେ। ଶେଷରେ ଯେଉଁ ଗୁରୁଙ୍କ ଆଶୀର୍ବାଦରେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି, ତାଙ୍କୁ ସଭା ମଞ୍ଚରେ ପୂଜା କରିଥିଲେ।

Comments are closed.