Odisha Link
Bridging the Missing Links in Odisha

ଏନସିପିକୁ ରାଜ୍ୟପାଳଙ୍କ ଡାକରା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ। ସରକାର ଗଠନ ପାଇଁ ବିଜେପି ଓ ତାପରେ ଶିବସେନା ବିଫଳ ହେବା ପରେ ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ କିଛି ସମୟ ପୂର୍ବରୁ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଆବଶ୍ୟକ ସଂଖ୍ୟା ପ୍ରମାଣ ଲାଗି ଏନସିପିକୁ ୨୪ ଘଣ୍ଟା ସମୟ ପ୍ରଦାନ କରାଯାଇଛି । ଏ ସଂପର୍କରେ ଏନସିପି ନେତା ଅଜିତ ପାଓ୍ଵାର ସୂଚନା ଦେଇଛନ୍ତି।

ଅଜିତ ପାଓ୍ଵାର କହିଛନ୍ତି ଯେ ରାଜ୍ୟପାଳ ସାଢେ ୮ଟା ବେଳେ ତାଙ୍କ ଦଳକୁ ଫୋନ କରି ସାକ୍ଷାତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ସାକ୍ଷାତ କରିବାକୁ ଛଗନ ଭୁଜବଳ, ଜୟନ୍ତ ପାଟିଲଙ୍କ ସହ ସେ ଯିବ ବୋଲି ପାଓ୍ଵାର କହିଛନ୍ତି। ମହାରାଷ୍ଟ୍ର ବିଧାନସଭାରେ ଏନସିପିର ୫୪ ଜଣ ସଦସ୍ୟ ଅଛନ୍ତି।

Comments are closed.