Odisha Link
Bridging the Missing Links in Odisha

ହସ୍ପିଟାଲ୍ ରେ ଲତା ମଙ୍ଗେସକର

ଭୁବନେଶ୍ବର : ସୁରର ରାଗିଣୀ ଲତା ମଙ୍ଗେସକର ଅନେକ ଗୀତ ଗାଇ ଲୋକଙ୍କ ମନ କିଣି ନେଇଛନ୍ତି । ସେ ୧୦୦୦ରୁ ଉର୍ଦ୍ଧ ହିନ୍ଦି ଗୀତରେ କଣ୍ଠ ଦାନ କରିବା ସହ ଭାରତ ରତ୍ନ ସମ୍ମାନର ସମ୍ମାନିତ ହୋଇଛନ୍ତି । ଲତା ମଙ୍ଗେସକର ୧୯୨୯ ମସିହା ୨୮ ସେପ୍ଟେମ୍ବର ରେ ଇନ୍ଦୋରର ଏକ ମରାଠି ପରିବାରରେ ଜନ୍ମଗ୍ରହଣ କରିଥିଲେ । ଶ୍ରଦ୍ଧାରେ ତାଙ୍କୁ ସମସ୍ତେ ଲତା ଦିଦି ବୋଲି ଡାକିଥାନ୍ତି ।
ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଆଜି ଅପରାହ୍ନରେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାରେ ଭର୍ତ୍ତି କରାଯାଇଛି । ଶ୍ବାସ କ୍ରିୟାରେ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ କୋକିଳି କଣ୍ଠି ।

ଲତାଙ୍କୁ ପଦ୍ମ ଭୁଷଣ ,ଦାଦାସାହେବ ଫାଲକେ ଆୱାର୍ଡ, ଭାରତ ରତ୍ନ ଅନାପ ଉପାଧିରେ ସମ୍ମାନିତ କରାଯାଇଛି ।ଏବଂ ନସନାଲ ଫିଲ୍ମ ଆୱାର୍ଡ ,ବିଏଫଜେଏ ଆୱାର୍ଡ, ବେଷ୍ଟ ଫିମେଲ ପ୍ଳେବ୍ୟାକ୍ ସିଙ୍ଗର ଆୱାର୍ଡ ମଧ୍ୟ ମିଳିଛି ।

Comments are closed.