Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ବିଜେପି-ଶିବସେନା ସମ୍ପର୍କରେ ଫାଟ!

ମୁମ୍ବାଇ: କଥାରେ ଅଛି ସମ୍ପର୍କର ପଶାପାଲିରେ ରାଜନୀତି। ଏଥିସହିତ କେହି କେହି କୁହନ୍ତି ରାଜନୀତିରେ ସବୁକିଛି ସମ୍ଭବ। ଏସବୁ କଥାର ଜ୍ବଳନ୍ତ ଉଦାହରଣ ହେଉଛି ମହାରାଷ୍ଟ୍ର ରାଜନୀତି। ମହାରାଷ୍ଟ୍ର ରାଜନୀତିର ଘଡ଼ିକେ ଘୋଡା ଛୁଟୁଛି। କିଲ ସରକାର ଗଢ଼ିବ ଏପର୍ଯ୍ୟନ୍ତ ହୋଇ ପାରିନି ଚୂଡ଼ାନ୍ତ। ୧୯୮୯ରେ ବିଜେପି ସହ ମେଣ୍ଟ କରିଥିବା ଶିବସେନା ଦୀର୍ଘ ୩୦ ବର୍ଷ ଧରି ରାଜନୀତି କରି ଆସୁଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦ ୩ ଦଶନ୍ଧିର ବନ୍ଧୁତ୍ୱ ଆଗରେ ତୁଚ୍ଛ ହୋଇଯାଇଛି। କ୍ଷମତା ପାଇଁ ବିଜେପି ସହ ଦିନକୁ ବିବାଦ ବଢ଼ିଥିବା ବେଳେ ଏଭଳି ସମୟରେ ଏନସିପିର ହାତ ଧରିବାକୁ ଆଗଭର ହୋଇଛି ଶିବସେନା

ସବୁଦିନ ସମାଲୋଚନା କରିଆସୁଥିବା କଂଗ୍ରେସକୁ ମଧ୍ୟ ସାଥିରେ ନେବାକୁ ପ୍ରସ୍ତୁତ ଅଛି ଶିବସେନା କେବଳ ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ। ସେପଟେ ଶିବସେନାର ମଧ୍ୟ କହିବା କଥା, ରାଜନୀତିରେ ବେଶିଦିନ ଶତୃ ମିତ୍ର ନଥାନ୍ତି। କାରଣ ବିଜେପି ମଧ୍ୟ କିଛି ବର୍ଷ ତଳେ ଜମ୍ମୁ ଓ କଶ୍ମୀରରେ ସତ୍ତା ଦଖଲ କରିବାକୁ ମେହବୁବାଙ୍କ ହାତ ଧରିଥିଲା। ମେଣ୍ଟ ଯଦିବା ବେଶିଦିନ ତିଷ୍ଠି ପାରିନଥିଲା କିନ୍ତୁ ସରକାରରେ ରହି ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜେପି ନେତା। ଏବେ ମହାରାଷ୍ଟ୍ର ରାଜନୀତିରେ ଶିବସେନା ସେହି ପୁରୁଣା ଗେମ୍ ଆପଣାଉଛି।

ଦେଶରେ ଦକ୍ଷିଣପନ୍ଥୀ ରାଜନୀତିରେ ଲମ୍ବା ସମୟ ଧରି ତିଷ୍ଠି ରହିଥିବା ବିଜେପି-ଶିବସେନା ମେଣ୍ଟ ମହାରାଷ୍ଟ୍ରରେ ସମ୍ପର୍କରେ ଫାଟ ହୋଇଛି କହିଲେ ଭୁଲ୍ ହେବନି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଥିବା ଶିବସେନା ବିଜେପି ସହ ସମ୍ପର୍କ ତୁଟାଇ ସାରିଛି। କେନ୍ଦ୍ରର ମୋଦି ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ସାୱନ୍ତ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Comments are closed.