Odisha Link
Bridging the Missing Links in Odisha

ଟ୍ରକ ଧକ୍କାରେ ଚାଲିଗଲା ତିନି ଜିଣଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା ପାଇକୋଇଲି ଥାନା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ପରିଚୟ ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁସାରେ ୩ ଜଣ ଯୁବକ ଏକ ବାଇକରେ ଆଜି ଭୋର ସମୟରେ ୧୬ ଜାତୀୟ ରାଜପଥର ପାଇକୋଇଲି ଥାନା ନିକଟରେ ରାସ୍ତାପାର ହେଉଥିଲେ। ଏହି ସମୟରେ ଏକ ଆଳୁ ବୋଝେଇ ଟ୍ରକକୁ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକଟି ରାସ୍ତାକଡ଼କୁ ଚାଲିଯାଇଥିଲା। ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଛି।