Odisha Link
Bridging the Missing Links in Odisha

କଂଗ୍ରେସ-ଏନସିପି ସହ କାମ କରିବୁ: ଉଦ୍ଧବ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା ପରେ ଘନଉଛି ମହାରାଷ୍ଟ୍ର ରାଜନୀତି। ସିଧାସଳଖ ଭାବେ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଉପରେ ଦୋଷ ଲଦିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସେ ପେସ୍‌ ମିଟରେ କହିଛନ୍ତି ଯେ, ଆମେ ଗତକାଲୀି କଂଗ୍ରେସ ଓ ଏନସିପିକୁ ସମର୍ଥନ ପାଇଁ ଅପିଲ୍‌ କରିଥିଲୁ। ରାଜ୍ୟପାଳ ଆମକୁ ସରକାର ଗଠନ ପାଇଁ ଡକାଯିବା ପରେ ସମର୍ଥନ ଲୋଡିଥିଲୁ। ସମର୍ଥନ ଯୋଗାଡ଼ ପାଇଁ ୪୮ ଘଣ୍ଟା ସମୟ ମାଗିଥିଲୁ ହେଲେ ରାଜ୍ୟପାଳ ଆମକୁ ୪୮ ଘଣ୍ଟାବି ଦେଲେନି ବୋଲି କହିଛନ୍ତି ଉଦ୍ଧବ।

ଏଥିସହିତ ବିଜେପିର ହାତ ଛାଡ଼ିବା ସ୍ପଷ୍ଟ କଲେ ଉଦ୍ଧବ ଠାକରେ। ଦୀର୍ଘ ବର୍ଷ ହେଲା ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲୁ। ଏଣିକି କଂଗ୍ରେସ-ଏନ୍‌ସିପି ସହ ମିଶି କାମ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଲେ ଉଦ୍ଧବ ଠାକରେ। କଂଗ୍ରେସ-ଏନ୍‌ସିପି ସହ କମନ ମିନିମମ୍‌ ପ୍ରୋଗ୍ରାମ ସ୍ଥିର କରି କାର୍ଯ୍ୟକରିବୁ ବୋଲି ପ୍ରେସ୍‌ ମିଟରେ କହିଛନ୍ତି ଉଦ୍ଧବ ଠାକରେ।

Comments are closed.