Odisha Link
Bridging the Missing Links in Odisha

ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ

କଟକ: ଉଦଘାଟିତ ହେଲା ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକର ଐତିହାସିକ ବାଲିଯାତ୍ରା। ମହାନଦୀ ପଠାରେ ଆୟୋଜିତ ଯାତ୍ରାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଉଦଘାଟନ କରିଛନ୍ତି। ଆଠ ଦିନ ଯାଏଁ ଚାଲିବାକୁ ଥିବା ବାଲିଯାତ୍ରାରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ୟ୍ୟୋଦିପୁର ଯୋଗ ଦେଇଛନ୍ତି। ସେହିଭଳି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ,କଟକର ସମସ୍ତ ବିଧାୟକ ଉପସ୍ଥିତ ଅଛନ୍ତି।

ଏଥର ପଥୋତ୍ସବ, ବାଲିଯାତ୍ରା ପଡ଼ିଆକୁ ରିକ୍ସାରେ ଯାତ୍ରା, ତାରକସୀ ଗ୍ୟାଲେରି, ନେବାଣିଜ୍ୟ ପ୍ରଦର୍ଶନୀ, ମହାନଦୀରେ ବୋଇତ ଯାତ୍ରା, ଅସ୍ଥାୟୀ ପୋଖରୀରେ ବୋଟିଂ ଭଳି ଅନେକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Comments are closed.