Odisha Link
Bridging the Missing Links in Odisha

ବିରାଟ ଖେଳିଲେ ଗଳି କ୍ରିକେଟ, ଦେଖନ୍ତୁ ଭିଡିଓ

ଇନ୍ଦୋର: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ବିରାଟଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ମ୍ୟାଚ୍‌ ପାଇଁ ସେ ଅନ୍ୟ ଖେଳାଳିଙ୍କ ଭଳି ଇନ୍ଦୋର ପଡ଼ିଆ କିମ୍ବା ନେଟ୍ସରେ ବ୍ୟାଟିଂ କରିନାହାନ୍ତି ବରଂ ତାଙ୍କୁ ଗଳି କ୍ରିକେଟରେ ଦେଖିବାକୁ ମିଳିଛି। ସେ ଛୋଟଛୋଟ ପିଲାଙ୍କ ସହ ମିଶି ରାସ୍ତାରେ କ୍ରିକେଟ ଖେଳୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

https://www.instagram.com/p/B4wmTo1p435/?utm_source=ig_web_copy_link

ଭିଡିଓ ଅନୁଯାୟୀ, ଇନ୍ଦୋରର ଏକ ଆବାସିକ ଅଞ୍ଚଳରେ ଛୋଟଛୋଟ ପିଲା ଖେଳୁଥିବା ବେଳେ ହଠାତ୍‌ ସେଠାରେ ବିରାଟ ପହଞ୍ଚି ଯାଇଥିଲେ। ଏହାପରେ ସେ ପିଲାଙ୍କ ସହ ମିଶି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତେବେ ଏହା ଏକ ବିଜ୍ଞାପନ ଶୁଟିଂର ଅଂଶବିଶେଷ ବୋଲି ଜଣାପଡ଼ିଛି। ଜିନ୍ସ ଓ କାଜୁଆଲ ଶାର୍ଟ ପିନ୍ଧିଥିବା ବିରାଟ ବ୍ୟାଟିଂ କରୁଥିବା ଦୃଶ୍ୟ ଏଥିରେ ରହିଛି।