Odisha Link
Bridging the Missing Links in Odisha

‘ନାସା’ରେ ସ୍ଥାନ ପାଇଲେ ଓଡିଆ ଝିଅ

ଭୁବନେଶ୍ବର: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡିଆ ଝିଅ ଓଁ ନାରାୟଣୀ। କେନ୍ଦ୍ରାପଡ଼ା ଜିଲ୍ଲାର ଝିଅ ଓଁ ନାରାୟଣୀ ନିଜ ଜିଲ୍ଲା ପାଇଁ ଏବେ ଗୌରବ ଆଣି ପାରିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ହାଟସାହିର ତଥା ଏବେ ଆମେରିକାରେ ରହୁଥିବା ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳି ନାୟକଙ୍କ କନ୍ୟା ଓଁ ନାରାୟଣୀ। ଓଁ ନାରାୟଣୀଙ୍କ ବୟସ ଏବେ ମାତ୍ର ୨୮ବର୍ଷ। ପିଲାବେଳୁ ଦେଖିଥିବା ସ୍ୱପ୍ନ ତାଙ୍କର ସତ ହୋଇଛି। ପୃଥିବୀର ପ୍ରସିଦ୍ଧ ମହାକାଶ ବିଜ୍ଞାନକେନ୍ଦ୍ର ନାସାରେ ସେ ଯୋଗଦେଇଛନ୍ତି। ଏ ନେଇ ସେ ଆରମ୍ଭରୁ ସବୁ ପ୍ରକାର ଚେଷ୍ଟା ମଧ୍ୟ କରିଛନ୍ତି। ଏଥିପାଇଁ ବିଶ୍ୱର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ିଛନ୍ତି। ଆମେରିକାର ବର୍କଲେ ବିଶ୍ୱବିଦ୍ୟାଳୟ ଓ ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ଇମ୍ପାରିଆଲ୍‌ କଲେଜରେ ସେ ପାଠ ପଢିଛନ୍ତି। ସବୁଠି ସେ ମହାକାଶବିଜ୍ଞାନ ଓ ଏହା ସହ ସମ୍ପର୍କ ଥିବା ପଦାର୍ଥବିଜ୍ଞାନ ପଢ଼ିଥିଲେ। ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ପରେ ଉଚ୍ଚତ୍ତର ଗବେଷଣା ଜାରି ରଖିଥିଲେ। ଜର୍ମାନ, ଫ୍ରାନ୍ସ, ନେଦର୍‌ଲ୍ୟାଣ୍ଡ, ଲଣ୍ଡନ, ଚୀନ୍‌, ଜାପାନ, ଭିଏତନାମ୍‌, ବ୍ରାଜିଲ୍‌, ଚିଲି ଆଦି ଅନେକ ଦେଶରେ ଆୟୋଜିତ ମହାକାଶ ବିଜ୍ଞାନ ସମ୍ମିଳନୀ ଓ କର୍ମଶାଳାଗୁଡ଼ିକରେ ମଧ୍ୟ ସେ ଭାଗ ନେଇଛନ୍ତି।

Comments are closed.