Odisha Link
Bridging the Missing Links in Odisha

ଆମେ ବେକାର, ଆପଣମାନେ ଖୁସୀ ତ? (ଦେଖନ୍ତୁ ଭିଡିଓ)

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଆରମ୍ଭ ହେଲେ ବିଭିନ୍ନ ସଙ୍ଗଠନ ଆସି ଲୋୟର ପିଏମଜିରେ ଧାରଣା ଦିଅନ୍ତି। ଏଥର ମଧ୍ୟ ବିଧାନସଭା ଆରମ୍ଭରୁ ଲୋୟର ପିଏମଜିରେ ଦେଖିବାକୁ ମିଳିଛି ଧାରଣା।

ଆଜି ଲୋୟର ପିଏମଜିରେ ଧାରଣାରେ ବିସିଛନ୍ତି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ସଂଘ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ସଂଘ ପକ୍ଷରୁ ଆମେ ବେକାର, ଆପଣ ମାନେ ଖୁସୀ ତ ବୋଲି ନାରା ଦେଇ ଧାରଣାରେ ବସିଛନ୍ତି ବହୁ ଯୁବକ ଯୁବତୀ। ଆଜି ଠାରୁ ବିଧାନସଭାରେ ସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ କନିଷ୍ଠ ଶିକ୍ଷକ ପଦବୀ ଲାଗି ଆଶାୟୀ ବେକାର ଓଡ଼ିଆ ଯୁବକମାନେ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି।

Comments are closed.