Odisha Link
Bridging the Missing Links in Odisha

ଜଳସଂପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସରକାରୀ ଚାକିରିରୁ ବରଖାସ୍ତ

ଭୁବନେଶ୍ୱର : ଜଳସଂପଦ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ଚୌଧୁରୀଙ୍କୁ କଟକ ସ୍ୱତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ)ଙ୍କ ପକ୍ଷରୁ ଅର୍ଥ ଆତ୍ମସାତ ଅଭିଯୋଗରେ ଉଭୟ ଜେଲ୍‌ ଏବଂ ଆର୍ଥିକ ଜୋରିମାନାରେ ଦଣ୍ଡିତ କରାଯାଇଛି । ଦୁର୍ନୀତି ବିରୁଦ୍ଧରେ ଦଣ୍ଡାଦେଶ ଶୁଣାଣି ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜଳସଂପଦ ବିଭାଗ ପକ୍ଷରୁ ମଧ୍ୟ ତାଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଛି ।

ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ଅଭିଯାନ ଏବଂ ଏ ଦିଗରେ ଥିବା ଶୂନ ସହନଶୀଳତା ଆଭିମୁଖ୍ୟ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଚୌଧୁରୀ ପୂର୍ବରୁ ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ୍‌ରେ ଷ୍ଟାଇେପଣ୍ଡାରୀ ଇଂଜିନିୟର ଭାବେ ନିଯୁକ୍ତ ଥିଲେ । ତାଙ୍କ ନାମରେ ସାଂସଦ ପାଣ୍ଠି ବିନିଯୋଗରେ ନିର୍ମିତ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୧୦,୧୯୭ ଟଙ୍କାର ମିଥ୍ୟା ବିଲ୍‌ ପ୍ରସ୍ତୁତ ଅଭିଯୋଗ ଥିଲା । ଏହି ଅଭିଯୋଗର ଶୁଣାଣି କରି ମାନ୍ୟବର ସ୍ୱତନ୍ତ୍ର ନ୍ୟାୟାଧୀଶ (ଦୁର୍ନୀତି ନିବାରଣ) ତାଙ୍କୁ ଦଣ୍ଡିତ କରିଛନ୍ତି ।

Comments are closed.