Odisha Link
Bridging the Missing Links in Odisha

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ପି.ଏନ୍‌. କଲେଜ ପରିଦର୍ଶନ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଖିବା ସହ ଅଧ୍ୟାପକମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ ।

ଅଧ୍ୟାପକମାନଙ୍କ ସହ ବୈଠକ କରି ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟର ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରୋକ୍ଟୋରିଆଲ୍‌ କ୍ଲାସ୍‌ ପ୍ରଚଳନ ଆଦି ବିଷୟରେ ଆଲୋଚନା କରିଥିଲେ । ମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କ ସହ ସେମାନଙ୍କର ପାଠ ପଢ଼ାର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ ।

ଏହି ଅବସରରେ ମନ୍ତ୍ରୀ ଡ. ସାହୁ କଲେଜ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ସହ ଛାତ୍ରଛାତ୍ରୀମାନଙ୍କୁ କ୍ଲାସ୍‌ରୁମ୍‌ ପ୍ରତି ଆକୃଷ୍ଟ କରିବା ପାଇଁ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ନିମନ୍ତେ ନିୟମିତ ଅଭିଭାବକମାନଙ୍କ ସହିତ ଯୋଗାେଯୋଗ କରିବା ପାଇଁ ସେ କହିଥିଲେ । ପରେ ମନ୍ତ୍ରୀ ଡ. ସାହୁ କାଳିଜାଈ ଡିଗ୍ରୀ କଲେଜ, ବାଲୁଗାଁ ଅଚାନକ ପରିଦର୍ଶନ କରିଥିଲେ ।

Comments are closed.