ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ୭ଗିରଫ

ବାଲେଶ୍ବର: ବାଲେଶ୍ବର ଫାଲକନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ୍ ଲିକ୍ ଘଟଣାରେ ସାତ ଜଣ ଗିରଫ ସହ କମ୍ପାନୀକୁ ମଧ୍ୟ ସିଲ୍ କରାଯାଇଛି। ପୋଲିସ କମ୍ପାନୀ ଫାଟକରେ ତାଲା ଝୁଲାଇ ଦେବା ସହ ସାତ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜିଏମ୍, ଏଚ.ଆର.ମ୍ୟାନେଜର, ସେପ୍ଟି ଅଫିସର, ସୁପରଭାଇଜର ଅଛନ୍ତି।
ସୂଚନା ଅନୁସାରେ ଗତକାଲି ବାଲେଶ୍ୱର ଖନ୍ତାପଡ଼ାଠାରେ ଫାଲକନ ମେରାଇନର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ପ୍ରାୟ ୧୦୦ ଜଣ ଗୁରୁତର ହୋଇପଡିଥିଲେ ।ବିଷାକ୍ତ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ୨୨ଜଣ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥାର ଉନ୍ନତି ଆସୁଛି। ସମସ୍ତେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି। ଅସୁସ୍ଥଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।