Odisha Link
Bridging the Missing Links in Odisha

ପ୍ରିୟଙ୍କା ଚୋପ୍ରା କିଣିଲେ ୧୪୪ କୋଟି ଟଙ୍କାର ଘର

ନୂଆଦିଲ୍ଲୀ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ଼ ସହ ହଲିଉଡ଼ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖେଇ ସାରିଛନ୍ତି । ସେ ତାଙ୍କ ସ୍ୱାମୀ ନିକ ଯୋବନାସ ଆମେରିକା ଲସ ଏଞ୍ଜିଲସରେ ୧୪୪ କୋଟି ଟଙ୍କାରେ ଘର କିଣିଛନ୍ତି । ଏହା ଆମେରିକା ଡଲାର ହିସାବରେ ଯଦି ଦେଖିବା ତେବେ ୨୦ ମିଲିୟନ ଡଲାର ହେବ ।

ଏହା କୁହାଯାଇଛି ଯେ ନିକ ତାଙ୍କର ବ୍ୟାଚଲର ଘରକୁ ବିକ୍ରି କରିଦେଇଛନ୍ତି ଏବଂ ସେ ପ୍ରିୟଙ୍କାଙ୍କ ସହିତ ଗୋଟିଏ ଘରେ ରହିବା ପାଇଁ ଏକ ଘର ଖୋଜିବା ସନ୍ଧାନରେ ଥିଲେ। ନିକ ଏବଂ ପ୍ରିୟଙ୍କା ଡିସେମ୍ବର ୨୦୧୮ ରେ ବିବାହ କରିଥିଲେ। ୨୦,୦୦୦ ବର୍ଗ ଫୁଟର ସମ୍ପତି କିଣିଛନ୍ତି ଏବଂ ଏଥିପାଇଁ ସେମାନେ ୧୪୪ କୋଟି (୨୦ ମିଲିୟନ ଡଲାର ) ଖର୍ଚ୍ଚ କରିଛନ୍ତି ।

ଆପଣ ଜାଣିଛନ୍ତି ପ୍ରିୟଙ୍କାଙ୍କ ଘର କିପରି

ତାଙ୍କର ଆଧୁନିକ ଘରରେ ୭ଟି ବେଡ଼ରୁମ,୧୧ ବାଥରୁମ,ଉଚା ଛାଥ ଏବଂ ପ୍ରଯ୍ୟାପ୍ତ ଚୌଡା ଜାଗା ରହିଛି । ସୂଚନା ଅନୁଯାୟୀ ପ୍ରିୟଙ୍କାଙ୍କର ମୂଳ ଆୟ ୨୮ ମିଲିୟନ ଡଲାର ଓ ନିକଙ୍କର ମୂଳ ଆୟ ୨୫ ମିଲିୟନ ଡଲାର ।

ପ୍ରିୟଙ୍କା ଏକ ସାକ୍ଷାତକାରରେ ଗୋଟିଏ ନୂଆ ଘର କିଣିବା ଇଚ୍ଛା ପ୍ରକାଶ କରିଥିଲେ । ସେ କହିଛନ୍ତି ଘର ପରେ ଏବେ ମା ହେବା ମୋର ଆଗାମୀ ଲିଷ୍ଟରେ ରହିଛି । ପ୍ରିୟଙ୍କା ଏହା ମଧ୍ୟ କହିଛନ୍ତି ଯେ ମୋ ପାଇଁ ଘର ସେଇଟା ଅଟେ ଯେଉଁଠାରେ ମୁଁ ଖୁସି ଅଟେ,ମୋର ଆଖ ପାଖ ଲୋକ ଖୁସି ଥିବେ।

Comments are closed.