ଭିଜିଲାନ୍ସ ଜାଲରେ ବରପାଲି ସିଡିପିଓ

ଭୁବନେଶ୍ବର: ଆଜି ବରଗଡ଼ ଜିଲ୍ଲା ବରପାଲି ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ନିଜ ପୈତୃକ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ସଂଯୁକ୍ତା ଲେଙ୍କା ୧୫ଦିନ ହେବ ବରପାଲିରେ ସିଡିପିଓ ଭାବେ ଯୋଗ ଦେଇଥିବା ବେଳେ ପୂର୍ବରୁ ଅନୁଗୋଳ ବଅଂରପାଳରେ (ସିଡିପିଓ) ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।ବରଗଡ ପ୍ରଧାନପାଲିରେ ନିଜ ଘର ସମେତ ଭଉଣୀ ରାଜେଶ୍ବରୀ ଲେଙ୍କାଙ୍କ ଘର ବରମଚାରୀ, ପୈତୃକ ଘର, ଭଡା ଦେଇଥିବା କାଳୀମନ୍ଦିର ସ୍ଥିତ ଦୁଇ ମହଲା କୋଠା ଏବଂ ବରପାଲି ସ୍ଥିତ ଅଫିସରେ ଚଢାଉ ଜାରି ରହିଛି। ଚଢାଉ ବେଳେ ସଂଯୁକ୍ତ ଲେଙ୍କା ବିପୁଳ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।