Odisha Link
Bridging the Missing Links in Odisha

ହରିୟାଣା: ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, କେଉଁ ଦଳ କେତେ ମନ୍ତ୍ରୀପଦ ପାଇଲେ ଜାଣନ୍ତୁ

ହରିୟାଣା: ହରିୟାଣାରେ ସରକାର ଗଠନ ପରେ ଆଜି ହରିୟାଣା ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି। ଭାରତୀୟ ଜନତା ପାର୍ଟି ଓ ଜନନାୟକ ଜନତା ପାର୍ଟିର ମୋଟ ୧୦ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି। ଏଥିରେ ବିଜେପିର ୮ଜଣଙ୍କୁ ମନ୍ତ୍ରୀ ପଦ ମିଳିଥିବା ବେଳେ ଜେଜେପିକୁ ଗୋଟିଏ ଓ ସ୍ୱାଧିନ ବିଧାୟକଙ୍କୁ ଗୋଟିଏ ମନ୍ତ୍ରୀ ପଦ ମିଳିଛି। ଏହି ମନ୍ତ୍ରୀଙ୍କ ଶପଥଗ୍ରହଣ ସହ ଖଟ୍ଟର ସରକାରରେ ମନ୍ତ୍ରୀଙ୍କ ସଂଖ୍ୟା ୧୨ରେ ପହଂଚିଛି।

ବରିଷ୍ଠ ବିଜେପି ନେତା ତଥା ଅମ୍ବାଲା କ୍ୟାଂଟରୁ ବିଧାୟକ ଥିବା ଅନୀଲ ବୈଜଲ ପ୍ରଥମେ ଶପଥଗ୍ରହଣ କରିଥିଲେ। ଏହାପରେ ଜଗାଧାରୀରୁ ବିଧାୟକ ଥିବା କୱରପାଲ ଗୁର୍ଜର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ବଲ୍ଲଭଗଡ ବିଧାୟକ ମୂଲଚନ୍ଦ ଶର୍ମା ଓ ଓମପ୍ରକାଶ ଚୌଟାଲାଙ୍କ ସାନ ଭାଇ ତଥା ସ୍ୱାଧୀନ ବିଧାୟକ ରଣଜୀତ ସିଂ, ଲୋହାରୁ ବିଧାୟକ ଜେପି ଦଲାଲ, ବାବଲା ବିଧାୟକ ବନବାରୀ ଲାଲ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Comments are closed.