Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୧୯’

ଭୁବନେଶ୍ୱର : ଶୈଶବର ଅନ୍ୟତମ ଗୁରୁତ୍ୱ ପୂର୍ଣ୍ଣ ଉପାଦାନ ହେଉଛି ଶିଶୁର ଶାରୀରିକ, ମାନସିକ ତଥା ସୃଜନାତ୍ମକ ବିକାଶ । ପ୍ରତ୍ୟେକ ଶିଶୁ ନିକଟରେ କିଛି ନା କିଛି ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତା ଲୁଚି ରହିଛି । ଏହି ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ଦିଗରେ ‘ମହକ’ ଏକ ସଫଳ ପ୍ରୟାସ ବୋଲି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମତ ପ୍ରକାଶ କରିଛନ୍ତି ।

ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୧୯’କୁ ଉଦ୍‌ଘାଟନ କରି ମନ୍ତ୍ରୀ ସାହୁ କହିଲେ, ନାନା ସାମାଜିକ ଏବଂ ପାରି ପାଶ୍ୱର୍କ କାରଣରୁ ପରିବାରଠାରୁ ଦୂରେଇ ଯାଉଥିବା ଶିଶୁମାନଙ୍କ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରିବା ଦିଗରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧୀନରେ ସମଗ୍ର ରାଜ୍ୟରେ ୨୪୮ଟି ଶିଶୁ ଯତ୍ନ ଅନୁଷ୍ଠାନ କାର୍ଯ୍ୟ କରୁଛି ।

ଏହି ଅନୁଷ୍ଠାନଗୁଡ଼ିକରେ ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଅନ୍ତେବାସୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ସହ ସେମାନଙ୍କୁ ଉପଯୁକ୍ତ ପୋଷଣ ଏବଂ ଥଇଥାନ ପାଇଁ ରାଜ୍ୟ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ପ୍ରତିଭାସଂପନ୍ନ । ସେମାନଙ୍କର ସୃଜନାତ୍ମକ ବିକାଶ ନିମନ୍ତେ ପ୍ରତ୍ୟେକ ବର୍ଷ ଆୟୋଜିତ ‘ମହକ’ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସଫଳ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ-ଶିଶୁମାନେ ହେଉଛନ୍ତି ଈଶ୍ୱରଙ୍କର ସୁନ୍ଦର ସୃଷ୍ଟି । ସେମାନଙ୍କୁ ମଣିଷ କରିବା ପାଇଁ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି ।

ଅନ୍ୟତମ ସମ୍ମାନିତ ଅତିଥି, ବିଭାଗର ଉପଦେଷ୍ଟା ସୁଲତା ଦେଓ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ମହେଶ୍ୱର ଅଗସ୍ତୀ ଶିଶୁମାନଙ୍କୁଶୁଭକାମନା ଜଣାଇବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ବିକାଶ ହେବା ଆବଶ୍ୟକ ବୋଲି ମତେ ପାଷଣ କରିଥିଲେ । ଏହି ଉତ୍ସବରେ ବିଭାଗର ଯୁଗ୍ମ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କର ପ୍ରତିଭାର ବିକାଶ ଓ ସଞ୍ଚର୍ଦ୍ଧନା ପାଇଁ ତି୍ରସ୍ତରୀୟ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ପ୍ରାଥମିକ ପର୍ଯ୍ୟାରେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ‘ମହକ’ ଉତ୍ସବରେ ଶିଶୁମାନେ କଣ୍ଠସଂଗୀତ, କଳା ପ୍ରତିଭା ପ୍ରଦର୍ଶନ ଓ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜିଲ୍ଲାସ୍ତରୀୟ ଉତ୍ସବର ବିଜେତାମାନେ କଟକ, ସଞ୍ଚଲ ପୁର ଓ ବ୍ରହ୍ମପୁରଠାରେ ଆୟୋଜିତ ଜୋନ୍‌ସ୍ତରୀୟ ମହକ ଉତ୍ସବରେ ଭାଗ ନେଇଥିଲେ ଏବଂ ଜୋନ୍‌ ସ୍ତରୀୟ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଉକ୍ତ ଉତ୍ସବରେ ଦଳଗତ ନୃତ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବନବାସୀ ସେବା ସମିତିର ଶିଶୁମାନେ ବିଜୟୀ ହୋଇଥିବାବେଳେ ପୁରୀ ଜିଲ୍ଲା ନୀଳାଚଳ ସେବା ପ୍ରତିଷ୍ଠାନର ଶିଶୁ ଦଳ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ ।

ଏକକ କଣ୍ଠ ସଂଗୀତ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ କଳାହାଣ୍ଡି, ବାଲେଶ୍ୱର, କନ୍ଧମାଳ ଏବଂ ବରିଷ୍ଠ ବର୍ଗରେ ଯାଜପୁର, କନ୍ଧମାଳ ଓ ବରଗଡ଼, ଖୋର୍ଦ୍ଧା ଜିଲ୍ଲାର ଶିଶୁମାନେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ସେହି ପରି ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ବଲାଙ୍ଗୀର, ବାଲେଶ୍ୱର, କେନ୍ଦ୍ରା ପଡ଼ା ଏବଂ ବରିଷ୍ଠ ବର୍ଗରେ ଭଦ୍ରକ, ବାଲେଶ୍ୱର, କଳାହାଣ୍ଡି ଜିଲ୍ଲାର ଶିଶୁମାନେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ।

ପରେ ପରେ ପୁରସ୍କୃତ ଶିଶୁମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା, ଯାହାକି ଉପସ୍ଥିତ ଦର୍ଶକଙ୍କୁ ଅଭିଭୂତ କରିଥିଲା । ସଞ୍ଚଲ ପୁରର ଶିଶୁଙ୍କ ଲୋକନୃତ୍ୟ, କଳାହାଣ୍ଡିର ଦୃଷ୍ଟିବାଧିତ ଶିଶୁକନ୍ୟାଙ୍କର କଣ୍ଠସଂଗୀତ, ବଲାଙ୍ଗୀରର ଶିଶୁଙ୍କ ଦ୍ୱାରା ଅଦ୍ଭୂତ ଯୋଗକଳା ପ୍ରଦର୍ଶନ ଓ କନ୍ଧମାଳର ଶିଶୁମାନଙ୍କ ଦ୍ୱାରା ଶିଶୁକନ୍ୟାଙ୍କ ସୁରକ୍ଷା ସଂପର୍କିତ ନୃତ୍ୟାଭିନୟ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲା ।
ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସମସ୍ତ ସଦସ୍ୟା, ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ, ୟୁନିସେଫ୍‌ର ପ୍ରତିନିଧିଙ୍କ ସମେତ ବିଭିନ୍ନ ପ୍ରାକ୍‌ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Comments are closed.