Odisha Link
Bridging the Missing Links in Odisha

ଆରମ୍ଭ ହେବ ରାଜ୍ୟର ପ୍ରଥମ ଇଲେକ୍ଟ୍ରୋପ୍ରେନ୍ୟୁୟର ପାର୍କ

ଭୁବନେଶ୍ବର: ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ଇଲେକ୍ଟ୍ରୋପ୍ରେନ୍ୟୁୟର ପାର୍କ ଚଳିତ ବର୍ଷ ଡିସେମ୍ବରରେ ଖୋଲିବ। ଇଲେକ୍ଟୋନିକ୍‌ ସିଷ୍ଟମ୍‌ ଡିଜାଇନ୍‌ ଓ ମାନ୍ୟୁଫାକ୍‌ଚରିଂ (ଇଏସ୍‌ଡିଏମ୍) କ୍ଷେତ୍ରର ଷ୍ଟାର୍ଟଅଫ୍‌ ସଂସ୍ଥା ଗୁଡିକ ପାଇଁ ଏହା ଉନ୍‌କୁବେସନ୍ ସେଣ୍ଟର (ଉଷ୍ମାୟନ କେନ୍ଦ୍ର) ଭାବେ କାର୍ଯ୍ୟ କରିବ ବୋଲି ସଫ୍ଟଓ୍ବେୟାର ଟକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସ୍‌ଟିପିଆଇ)ର ନିର୍ଦ୍ଦେଶକ ମାନସ ପଣ୍ଡା କହିଛନ୍ତି।

ୟୁନିଟ୍‌ ୩ ପ୍ରଦର୍ଶନୀ ପଡିଆରେ ଚାଲିଥିବା ସିବିଆଇ ଏଣ୍ଟରପ୍ରାଇଜ୍‌ ଓଡିଶା ୨୦୧୯ ଅବସରରେ ଷ୍ଟାର୍ଟଅଫ୍କୁ ନେଇ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଗୋଠପାଟଣା ଠାରେ ଥିବା ଏସ୍‌ଟିପିଆଇର କେନ୍ଦ୍ରରେ ଏହାକୁ ସ୍ଥାପନ କରାଯାଉଛି। ଆସନ୍ତା ମାସ ଠାରୁ ଏହାର ସଫ୍ଟ ଲଞ୍ଚ ହେବ। ଯେଉଁ ଚିନ୍ତାଧାରା ଭବିଷ୍ୟତରେ ଏକ ବଡ ସଂସ୍ଥାରେ ପରିଣତ ହେବାର କ୍ଷମତା ଥିବା ସେଭଳି ୪୦-୫୦ ଚିନ୍ତାଧାରାକୁ ଇଲେକ୍ଟ୍ରୋପ୍ରେନ୍ୟୁୟର ପାର୍କର ବିକାଶ ପାଇଁ ସୁଯୋଗ ପ୍ରଦାନ କରାଯିବ।

Comments are closed.