Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ରାଜ୍ୟପାଳଙ୍କ ସହ ସାକ୍ଷାତ୍‌ କରିପାରିଲେନି ଶିବସେନା, କଂଗ୍ରେସ ଓ ଏନସିପି

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଷ୍ଟ୍ରପତି ଶାସନ। ଏହାରି ମଧ୍ୟରେ ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଠନ କରିବା ପାଇଁ ପାଗ ଭିଡୁଛନ୍ତି। ଅପରପକ୍ଷେ ବିଜେପି ସରକାର ଗଠନ କରିବା ପାଇଁ ମଧ୍ୟ ପାଗ ଭିଡୁଥିବା ଖବର ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ କୃଷକ ସମସ୍ୟାକୁ ନେଇ ଶିବସେନା, କଂଗ୍ରେସ ଓ ଏନ୍‌ସିପି ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏହା ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।

ଯଦି ଶିବସେନା, କଂଗ୍ରେସ ଓ ଏନସିପି ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଥାନ୍ତେ ତେବେ ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଏହି ୩ ଦଳ ପ୍ରଥମଥର ଲାଗି ଏକାଠି ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରି ଥାଆନ୍ତେ। ଅନ୍ୟପଟେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛିକି ଶିବସେନା, କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ସରକାର ଗଠନକୁ ନେଇ ସବୁ ପ୍ରକାର କଥାବାର୍ତ୍ତା ସରିଛି। ଖୁବଶୀଘ୍ର ଏହି ମେଣ୍ଟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିପାରେ।

Comments are closed.