Odisha Link
Bridging the Missing Links in Odisha

ଶିକ୍ଷିତ ବେକାରୀରେ ଆଗରେ ଗଞ୍ଜାମ, ସୁର କହିଲେ ରାଜ୍ୟ ଓ କେନ୍ଦ୍ର ସରକାର…

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଏବେ ବେକାରୀ ସମସ୍ୟା ଏକ ଉତ୍କଟ ରୂପ ଧାରଣ କରିଛି। ବେକାରୀ ସମସ୍ୟାକୁ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ସେ ଗୃହରେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଶିକ୍ଷିତ ବେକାରୀ ଯୁବକ ଓ ଯୁବତୀ ଅଛନ୍ତି। ସମଗ୍ର ରାଜ୍ୟରେ ମୋଟ୍‌ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାରୀ ଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୫, ୫୫୬ ଜଣ ଶିକ୍ଷିତ ବେକାର ରହିଛନ୍ତି।

ଗୃହରେ ମନ୍ତ୍ରୀଙ୍କ ଉତ୍ତର ଶୁଣିବା ପରେ ସରକାରଙ୍କୁ ଚିରାଚରିତ ଢଙ୍ଗରେ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କେତେ କଣ ପ୍ରତିଶ୍ରୁତି ଦିଆଯାଉଥିଲା। ଏହା ସତ୍ତ୍ୱେ ୯ ଲକ୍ଷ ୨୧ ହଜାର ୪୪୮ ଶିକ୍ଷିତ ବେକାରୀ କେଉଁଠୁ ଆସିଲେ? ବୋଲି ପ୍ରଶ୍ନ କରିଛନ୍ତି ସୁର।

ସୁର ରାଉତରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, “ରାଜ୍ୟରେ ନବୀନ ପଟ୍ଟନାୟକ ଓ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର କେବଳ ଶ୍ଲୋଗାନରେ ମାତିଛନ୍ତି। କାମରେ କିଛି ନାହିଁ। ବେକାରୀ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ତାଲିମ ଦେଇଥିଲେ। ତାହା ଏବେ ପ୍ରହଶନରେ ପରିଣତ ହୋଇଛି ବୋଲି କହିଛନ୍ତି ସୁର।

ଏଥିବସହିତ ର୍ତ୍ତମାନ ସୁଦ୍ଧା ୯୦,୦୦୦ ପିଲାଙ୍କୁ ତାଲିମ ଦେଇଛନ୍ତି। ସେଥିରୁ କେବଳ ୨୦,୦୦୦ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ସୁର କହିଛନ୍ତି। ବର୍ତ୍ତମାନ ଆମ ରାଜ୍ୟର ସହରାଞ୍ଚଳରେ ୩୨ ଲକ୍ଷ ବେକାର ଯୁବକ ଓ ଯୁବତୀ ବୁଲୁଛନ୍ତି। ଗାଁ ଗହଳିର ଯୁବକ ଓ ଯୁବତୀଙ୍କୁ ମିଶାଇ ଦେଲେ ବେକାରୀ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିଲାଣି।

ରାଜ୍ୟରେ ନିଯୁକ୍ତି ସୁଯୋଗ ନାହିଁ, ବେପାର ବଣିଜ ପାଇଁ ବ୍ୟବସ୍ଥା ନାହିଁ, ଚାଷ କରିବାକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ନାହିଁ। ଯେଉଁଥିପାଇଁ ବେକାର ଯୁବକମାନେ ମଦ ପିଇ ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ରେପ୍‌, ମର୍ଡ଼ର ଓ ଡକାୟତ ପରି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ରାଜ୍ୟର ଅବସ୍ଥା ଭୟଙ୍କର ହୋଇ ପଡ଼ିଛି। ଖାଲି ମିଛିମିଛିକା ପ୍ରତିଶ୍ରୁତି ଦେଇ ଠକି ଦେଉଛନ୍ତି। ଆଉ ବେଶୀ ଦିନ ନାହିଁ। ଡଙ୍ଗା ଲିଭିଲିଭି ଯାଉଛି। ମହାରାଷ୍ଟ୍ରରେ ବାଜା ବାଜିଲାଣି। ୨୦୨୪ କଂଗ୍ରେସ କମିଂ।”

Comments are closed.