ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୀଲ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ଶିଳ୍ପପତି ଅନୀଲ ଧୀରୁଭାଇ ଅମ୍ବାନୀ। ଏଥିସହ ସଂସ୍ଥାର ୪ ବରିଷ୍ଠ ଅଧିକାରୀ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଥାଉକି କୋଟି କୋଟି ଟଙ୍କା କ୍ଷତିରେ ଚାଲୁଛି ରିଲାଏନ୍ସ କମ୍ୟୁନିକେସନ।
ଇସ୍ତଫା ଦେଇଥିବା ୪କର୍ମଚାରୀ ହେଲେ ଛାୟା ଭିରାନି, ରାୟନ କରାନି, ମଞ୍ଜରୀ କାକେର ଓ ସୁରେଶ ରଙ୍ଗାଚର। ୨୦୧୯-୨୦ ଆର୍ଥିକ ବର୍ଷର ସେକେଣ୍ଡ କ୍ୱାର୍ଟରରେ ରିଲାଏନ୍ସ କମ୍ୟୁନିକେସନର କ୍ଷତିର ପରିମାଣ ୩୦,୧୪୨ କୋଟି ଟଙ୍କା ଟପି ଯାଇଥିବା ବେଳେ ଶ୍ରୀ ଅମ୍ବାନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତକାଲି ହିଁ ଏଭଳି କ୍ଷତି ପରିମାଣର ତାଲିକା ପ୍ରକାଶ ପାଇଥିଲା।