Odisha Link
Bridging the Missing Links in Odisha

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭୁବନେଶ୍ୱର  :ଏକ ବଳିଷ୍ଠ ଓ ଶକ୍ତିଶାଳୀ ଗଣମାଧ୍ୟମ ସମାଜକୁ ବିକାଶ ପଥରେ ଆଗେଇ ନେଇଥାଏ । ସତ୍ୟଶୀଳ, ନିରେପକ୍ଷ ଓ ପ୍ରତିବଦ୍ଧ ଗଣମାଧ୍ୟମ ହିଁ ଆମ ଗଣତନ୍ତ୍ରକୁ ଦୃଢ଼ କରିଛି । ଗୋଟିଏ ଦାୟିତ୍ୱବାନ ଗଣମାଧ୍ୟମ ସର୍ବଦା ଜନମତକୁ ଜାଗ୍ରତ କରିବା ସହିତ ଦେଶର ବିକାଶ ଯାତ୍ରାକୁ ପ୍ରୋତ୍ସାହିତ କରିଥାଏ ବୋଲି ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ମତବ୍ୟକ୍ତ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଦାସ କହିଛନ୍ତି ଯେ ସଞ୍ଚାଦକୁ ଶୀଘ୍ର ପ୍ରକାଶ କରିବା ଉଦ୍ଦେଶ୍ୟରେ ଭ୍ରମାତ୍ମକ ଓ ଉପଯୁକ୍ତ ତର୍ଜମାବିହୀନ ସଞ୍ଚାଦ ପରିବେଷଣ କରିବା ବାଞ୍ଛନୀୟ ନୁହେଁ । ତଥ୍ୟଭିତ୍ତିକ ସଞ୍ଚାଦ ପ୍ରକାଶନ ନାଗରିକ ଆଦୃତି ଓ ଜନମତ ଜାଗୃତିରେ ସହାୟକ ହେବା ସହିତ ପ୍ରଶାସନ ତଥା ବ୍ୟବସ୍ଥାକୁ ମଧ୍ୟ ଦିଗ୍‌ଦର୍ଶନ ଦେଇଥାଏ ।

ଗଣମାଧ୍ୟମ ତା’ର ଗୁରୁଦାୟତ୍ୱ ଯଥାର୍ଥ ଭାବରେ ପାଳନ କଲେ ସତ୍ୟ ଜାଣିବା ପାଇଁ ଲୋକଙ୍କ ପାଖରେ ବିଭିନ୍ନ ପଥ ପରିଷ୍କାର ହୋଇଯିବ ବୋଲି ଦାସ ଉଲ୍ଲେଖ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସାଞ୍ଚାଦିକତା ବୃତ୍ତି ପ୍ରତି ତାଙ୍କର ଅନୁରାଗ ଓ ଅଭିଜ୍ଞତାର ଉଲ୍ଲେଖ କରିବା ସହିତ କହିଥିଲେ ଯେ ଗଣମାଧ୍ୟମ ଆମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବାବେଳେ ଅନ୍ୟ ତିନି ସ୍ତମ୍ଭର କାର୍ଯ୍ୟକଳା ପ ନେଇ ଲକ୍ଷ୍ମଣରେଖା ରହିଛି, କିନ୍ତୁ ଗଣମାଧ୍ୟମ ପାଇଁ ଥିବା ଲକ୍ଷ୍ମଣରେଖା ସଂ ପର୍କରେ କେଉଁଠାରେ ଉଲ୍ଲେଖ ନାହିଁ ।  କାରଣ ଗଣମାଧ୍ୟମ ହିଁ ସେହି ଲକ୍ଷ୍ମଣରେଖା ନିର୍ଦ୍ଧାରିତ କରି ପାରିବ ।

ପାରମ୍ପରିକ ସାଞ୍ଚାଦିକତା ପରେ ଏବେ ସବୁ ନାଗରିକ ଜଣେ ସାଞ୍ଚାଦିକରେ ପରିଣତ ହୋଇଛନ୍ତି । ସାମାଜିକ ଗଣମାଧ୍ୟମର ବିପୁଳ ପ୍ରସାର ହେତୁ ସତ୍ୟକୁ ସାମ୍ନାକୁ ଆଣିବାରେ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇ ସିଂ ରାଜ୍ୟରେ ୫ ‘ଟି’ ଆଧାରରେ ଗଣମାଧ୍ୟମ ନିମନ୍ତେ ମଧ୍ୟ ତାଙ୍କ ବିଭାଗ ପ୍ରାଥମିକତା ଦେଇଛି ବୋଲି କହିଥିଲେ । ସୂଚନା ଓ ଲୋକସଂ ପର୍କ ବିଭାଗ ପକ୍ଷରୁ ଛପା ଓ ବୈଦୁ୍ୟତିକ ଗଣମାଧ୍ୟମର ପ୍ରମୁଖ ବିଷୟଗୁଡ଼ିକୁ ନେଇ ଏକ ଅଭିଲେଖାଗାର ପ୍ରତିଷ୍ଠା ପାଇଁ ପରିକଳ୍ପନା ରହିଛି ବୋଲି ସିଂ ସୂଚନା ଦେଇଥିଲେ । ବରିଷ୍ଠ ସାଞ୍ଚାଦିକ ତଥା ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେଯେ ଗଣମାଧ୍ୟମର ସ୍ୱର ଚା ପିଦେଲେ ଗଣତନ୍ତ୍ର ସ୍ଥାନରେ ଏକଛତ୍ରବାଦ ସୃଷ୍ଟି ହୁଏ ।

ତେଣୁ ଗଣମାଧ୍ୟମର ଅପବ୍ୟବହାର ଉଚିତ ନୁହେଁ । ଅନୁରୂ ପ ଭାବରେ ଗଣମାଧ୍ୟମରେ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା, ଅସତ୍ୟ ଓ କାଳ୍ପନିକ ଖବର ପ୍ରସାରଣ ତଥା ସାମାଜିକ ନ୍ୟାୟ ବିରୋଧୀ ଆଭିମୁଖ୍ୟ ଗଣତନ୍ତ୍ର ଓ ସୁସ୍ଥ ସମାଜ ପ୍ରତି ଶୁଭଙ୍କର ନୁହେଁ ବୋଲି ପଟ୍ଟନାୟକ କହିଥିଲେ । ସରକାରଙ୍କ ବିଭିନ୍ନ ଆଭିମୁଖ୍ୟ ଓ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଗଣତନ୍ତ୍ରର ମୂଲ୍ୟବୋଧକୁ ସଂପ୍ରସାରିତ କରିବା ଗଣମାଧ୍ୟମର ପ୍ରମୁଖ ଆଭିମୁଖ୍ୟ ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ପ୍ରମୁଖ ପ୍ରସଙ୍ଗ ‘ସଞ୍ଚାଦ ପରିବେଷଣ-ବ୍ୟାଖ୍ୟାନ:
ଏକ ଅଭିଯାନ’ ଉପରେ ପୂର୍ବରୁ ଆୟୋଜିତ ଆନ୍ତତଃ ମହାବିଦ୍ୟାଳୟ ଇଂରାଜୀ ଏବଂ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଜାତୀୟ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ ଓ ଗଣମାଧ୍ୟମର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୟା ରୋପ କରିଥିଲେ । ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁଭାଷ ସୂପକାର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ସଞ୍ଚାଦ ପତ୍ର ପ୍ରଦର୍ଶନୀ ଜାତୀୟ ପ୍ରେସ ଦିବସ ଅବସରରେ ଜୟଦେବ ଭବନରେ ଏକ ସଞ୍ଚାଦ ପତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । କମିଶନର ତଥା ଶାସନ ସଚିବ ସିଂ, ବିଭାଗୀୟ ନିର୍ଦ୍ଦେଶକ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ସୂପକାର, ଉପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ତଥା ବିଭାଗର ଅନ୍ୟ ପଦାଧିକାରୀମାନଙ୍କ ସହିତ ବହୁ ଛାତ୍ରଛାତ୍ରୀ ଓ ନାଗରିକ ଏହା ପରିଦର୍ଶନ କରିଥିଲେ ।

ଏହି ପ୍ରଦର୍ଶନୀରେ ରାଜ୍ୟର ଗଣମାଧ୍ୟମ ଇତିହାସର ଝଲକ ଦେଖିବାକୁ ମିଳିଛି । ‘ଉତ୍କଳ ଦୀପିକା’ଠାରୁ ଆରମ୍ଭ କରି ବର୍ତ୍ତମାନ ରାଜ୍ୟରେ ପ୍ରକାଶିତ ବିଭିନ୍ନ ଦୈନିକ, ପାକ୍ଷିକ, ସାପ୍ତାହିକ ସଞ୍ଚାଦ ପତ୍ର ଏବଂ ବିଭିନ୍ନ ପତ୍ର ପତ୍ରିକା ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛନ୍ତି ।

Comments are closed.