Odisha Link
Bridging the Missing Links in Odisha

ଖୋଲିଲା ସାବରିମାଲା ମନ୍ଦିର, ପୋଲିସ୍‌ ଫେରାଇଲା ୧୦ ମହିଳାଙ୍କୁ

କେରଳ: ସୁପ୍ରିମକୋର୍ଟଙ୍କ ସୁପ୍ରିମ୍‌ ରାୟ ପରେ ଆଜି ଖୋଲିଲା ସାବରିମାଲା ମନ୍ଦିର। ମଣ୍ଡଳା ପୂଜା ପାଇଁ ଆଜି ସନ୍ଧ୍ୟା ୫ଟାରେ କେରଳର ସାବରିମାଲା ମନ୍ଦିର ଖୋଲିଛି। ମନ୍ଦିର ଖୋଲିଲା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ୪୧ ଦିନିଆ ବାର୍ଷିକ ତୀର୍ଥଯାତ୍ରାର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା ହୋଇଛି।

ବୟସ୍କା ମହିଳା ଦର୍ଶନ ଉଦ୍ଦେଶ୍ୟରେ ମନ୍ଦିର ଚଢ଼ିବା ଆରମ୍ଭ କରିବା ପୂର୍ବରୁ ପୁଲିସ୍ ବୟସ ପ୍ରମାଣପତ୍ର ତନଖି କରୁଛି। ମହିଳାମାନେ ସାବରିମାଲା ମନ୍ଦିର ଭିତରକୁ ଯାଇପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇ ସାରିଥିଲେ ବି ପ୍ରାୟ ୧୦ଜଣ ମହିଳାଙ୍କୁ ପୁଲିସ୍ ଫେରାଇ ଦେଇଥିବା ସୂଚନା ରହିଛି।

ମହିଳାମାନେ ଯେତେବେଳେ ଭିତରକୁ ଯିବାକୁ ଜିଦ୍ ଧରିଥିଲେ ସେତେବେଳେ କିଛି ବରିଷ୍ଠ ପୁଲିସ୍ ଅଧିକାରୀ ତାଙ୍କୁ କହିଥିଲେ ଯେ ୧୦ ରୁ ୫୦ ବର୍ଷ ଭିତରେ ମହିଳାଙ୍କୁ ମନ୍ଦିର ଭିତରକୁ ନ ଛାଡ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ରହିଛି। ପୂର୍ବରୁ କିଛି ମହିଳା କର୍ମକର୍ତ୍ତା ମନ୍ଦିର ଭିତରୁ ପ୍ରବେଶ କରିବେ ବୋଲି କହିଥିବା ବେଳେ ରାଜ୍ୟ ସରକାର ସେହି ମହିଳାମାନଙ୍କ ସକାଶେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ।

Comments are closed.