Odisha Link
Bridging the Missing Links in Odisha

ପୁଣି ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ

ଭୁବନେଶ୍ବର: ପୁଣି ଥରେ ରାଜଧାନୀର ୨ଟି ଆରଟିଓ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଛି। ଡିସେମ୍ବର ୧ରୁ ଆର୍‌ଟିଓ ନିୟମ କଡ଼ାକଡ଼ି କରାଯିବ ବୋଲି ଖବର ପ୍ରକାଶ ପାଇବା ପରେ ଲୋକମାନେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ଫିଟ୍‌ନେସ୍‌, କାଗଜପତ୍ର ପାଇଁ ବୁଧବାର ଆର୍‌ଟିଓ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘସମୟ ଧରି ଅପେକ୍ଷା କରୁଥିବା ଦେଖିବାକୁ ମିିଳିଛି। ଲୋକେ ଏତେ ସମୟ ଧରି ଧାଡ଼ିରେ ଠିଆ ହୋଇ ମଧ୍ୟ କାର୍ଯ୍ୟ ଠିକ୍‌ ଭାବରେ ହୋଇ ପାରୁ ନଥିବାରୁ ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଏଥିସହ ଆର୍‌ଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ମାତ୍ର ଆର୍‌ଟିଓ କାର୍ଯ୍ୟାଳୟରେ ଦଲାଲଙ୍କ ଭିଡ଼ ଥିବା ଅଭିଯୋଗ ହୋଇଛି।

Comments are closed.