Odisha Link
Bridging the Missing Links in Odisha

ସ୍ମୋକ୍‌ ଅଲାରାମ୍‌ ଯୋଗୁଁ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: କୋୟମ୍ବଟୁରରୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ପ୍ରାଥମିକ ସୂଚନା ଅନୁସାରେ, ବିମାନ କାରଗୋ ବେରେ ଧୁଆଁ ବାହାରିବାରୁ ସ୍ମୋକ୍‌ ଅଲାରାମ୍‌ ବାଜିଥିଲା ଏବଂ ବିମାନର ଜରୁରୀକାଳୀନ ଅବତରଣ କରିଯାଇଛି। ବିମାନରେ ଥିବା ୧୬୮ଜଣଯାତ୍ରୀ ଓ କ୍ରିୟୁ ସଦସ୍ୟ ସମସ୍ତେ ସୁରକ୍ଷିତ ଅଛନ୍ତି।

ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, କୋୟମ୍ବଟୁର-ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ପାଇଲଟ ସ୍ମୋକ୍‌ ଅଲାରାମ୍‌ ବାଜିବା ପରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ସ୍ମୋକ୍‌ ଅଲାରାମ୍‌ ଅର୍ଥ ବିମାନରେ କୌଣସି ସ୍ଥାନରେ ନିଆଁ ଲାଗିବାର ସମ୍ଭାବନା ଥିବା। ବିମାନଟି ଜରୁରୀ ଅବତରଣ ପରେ କରଗୋ ସ୍ଥାନରେ କୌଣସି ନିଆଁ ନଥିବା ଯାଞ୍ଚ ପରେ ସ୍ପଷ୍ଟ କରାଯାଇଥିଲା।

Comments are closed.