Odisha Link
Bridging the Missing Links in Odisha

‘ମୋ ମା’ ଶାହରୁଖଙ୍କୁ ପତି ମାନନ୍ତି’ କହିଲେ ପ୍ରେରଣା

ମୁମ୍ୱାଇ : ବିଗ ବି ଙ୍କ ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ କୁ ଦେଖିବା ପାଇଁ ଅନେକ ଲୋକ ଚାହିଁ ବସିଥାନ୍ତି। ଏହି ଶୋ ରେ ଯୋଗ ଦେବା ପାଇଁ ଅନେକ ଜାଗାରୁ ପ୍ରତିଯୋଗି ଆସିଥାନ୍ତି । ରାଜସ୍ଥାନର ପ୍ରତିଯୋଗୀ ପ୍ରେରଣା ‘କୌନ ବନେଗା କରୋଡପତି’ ହଟ୍ ସିଟରେ ବସିଥିଲେ । ଅମିତାଭ , ପ୍ରେରଣାଙ୍କ ସହ ବହୁତ ମଜାଦାର କଥାବାର୍ତ୍ତା ହେବା ଟିଜର୍‌ ଭିଡିଓକୁ ସୋନି ଟିଭିର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ଶେଆର୍ କରାଯାଇଛି।

ଅମିତାଭ ପ୍ରେରଣାଙ୍କୁ କିଛି ବ୍ୟକ୍ତିଗତ ପ୍ରଶ୍ନ କରିଥିବାର ଦେଖିବାକୁ ମିଳିଛି । ପ୍ରେରଣାଙ୍କ ଉତ୍ତର ଶୁଣି ସମସ୍ତେ ହସିବା ସହିତ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ସେ କହିଥିଲେ, ମୋର ମା’ ଶାହରୁଖ୍‌ ଖାନ୍‌ଙ୍କର ସବୁଠାରୁ ବଡ଼ ପ୍ରଶଂସକ ଓ ମୋ ମା’ ତାଙ୍କୁ ସ୍ୱାମୀ ଭାବନ୍ତି । ଏହା ଶୁଣିବା ପରେ ଶୋ’ରେ ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇ କିପରି ବୋଲି ପ୍ରଶ୍ନ କରୁଛନ୍ତି ।

ଉତ୍ତରରେ ପ୍ରେରଣା କହୁଛନ୍ତି, ମୋ ମା’ଙ୍କର ନାମ ଗୌରୀ। ଏଥିପାଇଁ ସେ ଶାହରୁଖ୍‌ ଖାନ୍‌ଙ୍କୁ ନିଜର ସ୍ୱାମୀ ବୋଲି କହିଥା’ନ୍ତି। ପ୍ରେରଣାଙ୍କର ଏହି ଉତ୍ତର ଶୁଣିବା ପରେ ଶୋ’ ସମସ୍ତେ ହସିବା ଆରମ୍ଭ କରିଥିଲେ।

Comments are closed.