ଡିସେମ୍ବରରେ ନୂଆ ପିସିସି କମିଟି ଗଠନ

ଭୁବନେଶ୍ୱର: ଆସନ୍ତା ଡିସେମ୍ବରରେ ନୂଆ ପିସିସି କମିଟି ଗଠନ ହେବା ନେଇ ସମ୍ଭାବନା ରହିଛି। ନୂଆ କମିଟି ଗଠନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ଗସ୍ତ କରି ଚଳିତ ମାସରେ ରିପୋର୍ଟ ଦେବେ । ୨/୩ ଜଣ ପର୍ଯ୍ୟବେକ୍ଷକମାନଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ରିପୋର୍ଟ ଦେଇସାରିଲେଣି। ରିପୋର୍ଟ ମିଳିବା ପରେ ତାକୁ ଅନୁମୋଦନ ପାଇଁ ଏଆଇସିସିକୁ ପଠାଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।