Odisha Link
Bridging the Missing Links in Odisha

ସ୍କୁଲ ପାଠ୍ୟ ପୁସ୍ତକ ବିତରଣର ଶୁଭାରମ୍ଭ -ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ପୂର୍ବାହ୍ନରେ ଭୁବନେଶ୍ୱରସ୍ଥ ପାଠ୍ୟ ପୁସ୍ତକ ନିର୍ଦ୍ଦେଶାଳୟଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ପାଠ୍ୟ ପୁସ୍ତକ ବିତରଣର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଦାଶ କହିଲେ ଯେ ବର୍ତ୍ତମାନ ୩ ଲକ୍ଷ ୫୦ ହଜାର ପାଠ୍ୟ ପୁସ୍ତକ ଗଞ୍ଜାମ, ପୁରୀ, କେନ୍ଦ୍ରା ପଡ଼ା, ଯାଜପୁର ଓ କେଉଁଝର ଜିଲ୍ଲାକୁ ପ୍ରଦାନ କରାଯାଇଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ସ୍କୁଲକୁ ୩୧ ମାର୍ଚ୍ଚ ସୁଦ୍ଧା ବହି ଯୋଗାଇ ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରେ ପ୍ରତ୍ୟେକ ଜିଲ୍ଲାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାମାନଙ୍କ ପାଖରେ ନୂତନ ପାଠ୍ୟ ପୁସ୍ତକ ପହଞ୍ଚି ପାରିବ ବୋଲି ମନ୍ତ୍ରୀ ଦାଶ କହିଥିଲେ ।

ଆବଶ୍ୟକୀୟ ୫ କୋଟି ୯୦ ଲକ୍ଷ ପୁସ୍ତକ ମଧ୍ୟରୁ ବର୍ତ୍ତାମାନ ସୁଦ୍ଧା ୧ କୋଟି ୧୨ ଲକ୍ଷ ପାଠ୍ୟ ପୁସ୍ତକ ଛପା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଏବଂ ଅବଶିଷ୍ଟ ପାଠ୍ୟ ପୁସ୍ତକ ଛପାହେବା ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଠ୍ୟ ପୁସ୍ତକ ଛାପାଯାଇ ବଣ୍ଟନ କରାଯିବ ।

ଏହି ଅବସରରେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ପାଠ୍ୟ ପୁସ୍ତକ ପ୍ରକାଶନ ଓ ବିତରଣ ନିର୍ଦ୍ଦେଶକ ଶ୍ରୀ ବିକାଶ ଚନ୍ଦ୍ର ମହା ପାତ୍ର, ଏଲିମେଣ୍ଟାରୀ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ସମେତ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Comments are closed.