Odisha Link
Bridging the Missing Links in Odisha

ସାମ୍ବାଦିକଙ୍କ କିଡ୍‌ନୀ ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ସୂଚନା ଓ ଲୋକସଂପର୍କ ବିଭାଗ କାର୍ଯ୍ୟାଳୟଠାରେ ଢେଙ୍କାନାଳ ଜିଲ୍ଲାର ପ୍ରମେୟ ସମ୍ବାଦ ପତ୍ରରେ କାର୍ଯ୍ୟରତ କର୍ମଜୀବୀ ସାଞ୍ଚାଦିକ ଆଦିତ୍ୟ ପଣ୍ଡାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ସୂଚନାେଯୋଗ୍ୟ ଯେ ୩୦ ବର୍ଷୀୟ ପଣ୍ଡାଙ୍କ ଦୁଇଟି କିଡ୍‌ନୀ ସଂପୂର୍ଣ୍ଣ ରୂପେ ଅଚଳ ହୋଇଯାଇଛି । ପରିବାର ପକ୍ଷେ ମଧ୍ୟ ଏତେ ବ୍ୟୟବହୁଳ କିଡ୍‌ନୀ ପ୍ରତିରୋ ପଣ କରିବା ସମ୍ଭବ ନଥିଲା । ସେ ଢେଙ୍କାନାଳ ଜିଲ୍ଲା ସୂଚନା ଓଲୋକସଂପର୍କ ଅଧିକାରୀଙ୍କଠାରୁ କର୍ମଜୀବୀ ସାଞ୍ଚାଦିକ କଲ୍ୟାଣ ପାଣ୍ଠି ବିଷୟରେ ଜାଣିବାକୁ ପାଇଥିଲେ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଏଥି ନିମନ୍ତେ ଆବେଦନ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଅବଗତ ହେବା ପରେ ତୁରନ୍ତ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନାରେ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ଓ ଲୋକ ସଂପର୍କ ଉପଦେଷ୍ଟା ମଙ୍ଗରାଜ ରାଜ୍ୟ ସରକାରଙ୍କ ତରଫରୁ ନିଜ କାର୍ଯ୍ୟାଳୟଠାରେ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିରେ ୨ ଲକ୍ଷ ଟଙ୍କାର ଚେକ୍‌ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ମଙ୍ଗରାଜ କହିଛନ୍ତି ଯେ ଭୁବନେଶ୍ୱର ସ୍ଥିତ ଆମ୍ରୀ ହସ୍‌ ପିଟାଲ୍‌ରେ ଖୁବ୍‌ଶୀଘ୍ର ପଣ୍ଡାଙ୍କର କିଡ୍‌ନୀ ପ୍ରତିରୋପଣ କରାଯିବ ।

ପଣ୍ଡାଙ୍କ ଅବସ୍ଥା ଦେଖି ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଅଧିକ ସହାୟତା ନିମନ୍ତେ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ଦୁରୋରୋଗ୍ୟରେ ପୀଡ଼ିତ ରାଜ୍ୟର ସାମ୍ବାଦିକମାନଙ୍କୁ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ ସହାୟତା ନିମନ୍ତେ ଆବେଦନ କରିବା ନିମନ୍ତେ ମଧ୍ୟ ମଙ୍ଗରାଜ ଆହ୍ୱାନ କରିଛନ୍ତି ।

ପଣ୍ଡା ରାଜ୍ୟ ସରକାରଙ୍କଠାରୁ ଏହି ସହାୟତା ପାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ବିଭାଗୀୟ ଉ ପନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସଙ୍କ ସମେତ ସୁରେନ୍ଦ୍ର ସାହୁ, ପ୍ରସନ୍ନ ମହାନ୍ତି, ଦେବେନ୍ଦ୍ର ସୁଆର ଏବଂ ଗଣମାଧ୍ୟମର ଅନ୍ୟ ପ୍ରତିନିଧି ତଥା ସାମ୍ବାଦିକମାନେ ଉପସ୍ଥିତ ଥିଲେ । ପଣ୍ଡାଙ୍କୁ ଏହି ସହାୟତା ପ୍ରଦାନ କରିଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.