Odisha Link
Bridging the Missing Links in Odisha

ସ୍ବଚ୍ଛତା ପାଇଁ ଓଡିଶାକୁ ପୁରସ୍କାର

ଭୁବନେଶ୍ବର: ଓଡିଶାକୁ ସ୍ବଚ୍ଛ ରାଜ୍ୟ ଭାବେ ଇଣ୍ଡିଆ ଟୁଡେ ପକ୍ଷରୁ ପୁରସ୍କୃତ କରାଯାଇଛି। ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନବୀନ ପଟ୍ଟନାୟକଙ୍କୁ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆୟୋଜିତ ସଭାରେ ‘ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟସ୍’ କନକ୍ଲେଭ୍‌ ୨୦୧୯ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବେଡେକର୍‌ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ବିଭିନ୍ନ କ୍ଷେତ୍ରରେ ଓଡିଶାର ଏହି ସଫଳତାକୁ ଅର୍ନ୍ତଜାତୀୟ ସ୍ତରରେ ଅନୁକରଣ କରାଯାଇଛି। ଆଗାମୀ ଦିନରେ ସ୍ବଚ୍ଛ ଓ ସବୁଜ ସୁନ୍ଦର ଓଡିଶା ଗଠନରେ ଏହା ପ୍ରେରଣା ଯୋଗାଇବ।

Comments are closed.