Odisha Link
Bridging the Missing Links in Odisha

ଗଞ୍ଜାମ ସ୍କୁଲ୍‌ରେ ‘ଓ୍ବାଟର ବେଲ୍’

ବ୍ରହ୍ମପୁର: ପାଣିର ଗୁରୁତ୍ବକୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ନେଇଛନ୍ତିଏକ ପ୍ରଶଂସନୀୟ ପଦକ୍ଷେପ । ସ୍କୁଲରେ ପିଲାମାନେ ଯେପରି ଠିକ୍ ସମୟରେ ପାଣି ପିଇବେ ସେଥି ନିମନ୍ତେ ଜିଲ୍ଲାପାଳ ‘ୱାଟର ବେଲ୍’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି । ନଭେମ୍ବର ୨୫ରୁ ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲରେ ଏହା ଲାଗୁ କରାଯିବା ସହ ସମୟ ସମୟରେ ପିଲାମାନଙ୍କୁ ପାଣି ପିଇବା ପାଇଁ ୱାଟର ବେଲ୍ ବଜାଯିବ, ଯାହାକୁ ଶୁଣିବା ପରେ ପିଲାମାନେ ପାଣି ପିଇବେ।

ସୋମବାରରୁ ଶୁକ୍ରବାର ଦିନ ୧୧.୪୦, ୧.୩୦ ଓ ୩.୧୫ ସମୟରେ ୱାଟର ବେଲ ବାଜିବା ସହ ଶନିବାର ଦିନ ୮.୦୦,୯.୩୦ ଓ ୧୦.୫୦ ସମୟରେ ସ୍କୁଲରେ ୱାଟର ବେଲ୍ ବାଜିବ। ଏହା ପିଲାମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବ। ଘଣ୍ଟା ବାଜିବା ମାତ୍ରେ ଛାତ୍ରଛାତ୍ରୀମାନେ ଏକକାଳୀନ ପାଣି ପିଇବେ। ଯେଉଁମାନେ ଘରୁ ପାଣି ନେଇ ଆସନ୍ତି ନାହିଁ, ସେମାନଙ୍କ ପାଇଁ ୫ମିନିଟ୍ ଜଳପାନ ବିରତି ରଖାଯିବ ଏବଂ ସେମାନେ ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇବେ। ଏହି ନିୟମ ପରେ ମାତା-ପିତାଙ୍କୁ ପାଣି ବୋତଲ ଦେଇ ସ୍କୁଲ ପଠାଇବା ପାଇଁ ଅନୁରୋଧ କରାଯିବ। ଅଧିକାଂଶ ଛାତ୍ରଛାତ୍ରୀମାନେ ସ୍କୁଲ୍‌ରେ ପାଣି ପିଇ ନଥାନ୍ତି। ଯାହାଦ୍ବାରା ଜ୍ବର, ସଂକ୍ରମଣ, ନିର୍ଜଳୀକରଣ ଆଦିର ଶିକାର ହୋଇଥାନ୍ତି। ଏହାର ନିରାକରଣ ପାଇଁ ଜିଲ୍ଲାର ପ୍ର‌ତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଚୁର ପାଣି ପିଇବାକୁ ପ୍ରବର୍ତ୍ତାଇବା ପାଇଁ ୱାଟର ବେଲର ପ୍ରଚଳନ ନେଇ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।

Comments are closed.