ନବୀନ…କେମିତି ମିଳିବ ଘର ଜଣା ପଡୁନି

ଭୁବନେଶ୍ବର: ବିଧାୟକଙ୍କୁ ଘର ନମିଳିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଆଜି ବିଧାନସଭାରେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଷ୍ଣୁ ସେଠୀ। ସଦାବେଳେ ନାରା ବାଜି ଦେଇ ବିରୋଧ କରୁଥିଲେ କିନ୍ତୁ ଏଥର ଟିକେ ନିଆରା ଢ଼ଙ୍ଗରେ ଅର୍ଥାତ୍ ଗୀତ ମାଧ୍ୟମରେ ବିଧାୟକଙ୍କୁ ଘର ନମିଳିବା ପ୍ରସଙ୍ଗରେ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀ ସେଠୀ।
ନବୀନ… କେମିତି ମିଳିବ ଘର ଜଣା ପଡୁନି
କେମିତି ମିଳିବ ଘର ଜଣା ପଡୁନି, କେମିତି ମିଳିବ ଘର ଜଣା ପଡୁନି
ଏମଏଲଏଙ୍କ ନାହିଁ ଘର, ବୁଲୁଛନ୍ତି ବାରଦୁଆର
ଏମଏଲଏଙ୍କ ନାହିଁ ଘର, ବୁଲୁଛନ୍ତି ବାରଦୁଆର
କେମିତି ମିଳିବ ଘର କହି ପାରିଲୁନି..
ନବୀନ… କେମିତି ମିଳିବ ଘର ଜଣା ପଡୁନି
ଏଭଳି ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଗୀତ ଗାଇ ଦୁଃଖ ଜଣାଇଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।