Odisha Link
Bridging the Missing Links in Odisha

ସିନେ ପରଦାକୁ ଫେରୁଛନ୍ତୁ ଏହି ପୁରୁଣାା ଯୋଡି

ମୁମ୍ବାଇ : ବଲିଉଡର ଚୁଲବୁଲି ନାୟିକା ରାନୀ ମୁଖାର୍ଜୀ ନିଜକୁ ଜଣେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଗଢି ତୋଳିଛନ୍ତି। ତାଙ୍କ ଅଭିନୀତ ସିନେମା ବଣ୍ଟି ଔର ବବଲି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହି ସିନେମାରେ ରାନୀଙ୍କ ସହ ଅଭିଷେକ ବଚ୍ଚନ ଙ୍କୁ ଦେଖିବାକୁ ମିଳିଥିଲା ।

ଏହି ସିନେମାର ଦ୍ବିତୀୟ ଭାଗ ପ୍ରସ୍ତୁତ ହେବାକୁ ଯାଉଛି । ଏଥିରେ ରାନୀଙ୍କ ସହ ଅଭିଷେକଙ୍କ ପରିବର୍ତ୍ତେ ସୈଫ ଅଲି ଖାଁ ଙ୍କୁ ଦେଖିବାକୁ ମିଳିବ । କାରଣ ଏହି ସିନେମା ପାଇଁ ଅଭିଷେକଙ୍କୁ କୁହାଯାଇଥିଲା କିନ୍ତୁ ସେ ସମୟ ଦେଇପାରିନଥିଲେ ।

ସୂଚନା ଅନୁଯାୟୀ ୨୦୨୦ରେ ସିନେମାଟିର ଶୁଟିଙ୍ଗ ଆରମ୍ଭ ହେବ । ବରୁନ ବି ଶର୍ମା ସିନେମାର ନିର୍ଦ୍ଦେଶନା ଭାର ଉଠେଇଛନ୍ତି ।

Comments are closed.