Odisha Link
Bridging the Missing Links in Odisha

ସ୍ମିତାରାଣୀ ମୃତ୍ୟୁ ଘଟଣା; ରୁପେଶଙ୍କ ଜାମିନ ନା ମଞ୍ଜୁର

ଯାଜପୁର: ଯାଜପୁର ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ବେଲ ପିଟିସନକୁ ଯାଜପୁର ଜିଲା ଦୌରାଜଜ ନା ମୁଞ୍ଜୁର କରିଛନ୍ତି । ରୁପେଶଙ୍କ ରାଜନୈତିକ ଦଳ ସହିତ ଘନିଷ୍ଠ ସଂପର୍କ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଜାମିନ ପ୍ରଦାନ କଲେ ସାକ୍ଷୀ ମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ମାନ୍ୟବର ଅଦାଲତ ଅନୁଭବ କରିଥିଲେ। ଏଥିସହିତ କେସଟି ଏବେ ବିଚରାଧିନ ଥିବାରୁ ରୁପେଶଙ୍କ ଜାମିନ ଆବେଦନଙ୍କୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଅଦାଲତ । ତେବେ ଜିଲା ଜଜଙ୍କ ଶୁଶାଣିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ଓ ସେଠାରେ ନିଶ୍ଚିତ ନ୍ୟାୟ ମିଳିବ ବୋଲି ରୁପେଶଙ୍କ ଓକିଲ ସୂଚନା ଦେଇଛନ୍ତି ।

Comments are closed.