Odisha Link
Bridging the Missing Links in Odisha

ଓଜନରେ ହେରଫେର୍ ସନ୍ଦେହରେ ରାଜ୍ୟର ୬ଟି ସହରରେ ଚାଲିଛି ତନାଘନା

ଭୁବନେଶ୍ବର: ରାଜ୍ୟର ୬ଟି ସହରରେ ୪୫ଟି ସୁନା ଦୋକାନ ଉପରେ ଚଢାଉ। ୩ ଲକ୍ଷ ୭୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି। ଏହି ଚଢଉ ମଧ୍ୟରେ ରହିଛି ରାଜଧାନୀ ଭୁବନେଶ୍ୱରର ୧୦ଟି ପ୍ରତିଷ୍ଠିତ ସୁନା ଅଳଙ୍କାର ଦୋକାନ। ଏହି ୧୦ଟି ଦୋକାନ ମଧ୍ୟରୁ ୮ଟିରେ ବୈଧ ମାପ ବିଜ୍ଞାନ ନିୟମ ପାଳନରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାପଡିଛି। ଏହି ବାବଦରେ ୨୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି।
ବୈଧମାପରେ ତ୍ରୁଟି ପାଇଁ ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳର ଟନିସ୍କ, ରିଲାଏନ୍ସ, ମାଷ୍ଟରକ୍ୟାଂଟିନର ସେନକୋ ଗୋଲ୍ଡ ଟେକ୍ , କଟକର ଇପାରୀ ଗୋବିନ୍ଦ ଆଣ୍ଡ ସନ୍ସ, ଜ୍ୟୋସ୍ନା ଅଳଙ୍କାର ଭଣ୍ଡାର, ଅନୀତା ଜୁଏଲର୍ସ ସମେତ ୨୭ଟି ସୁନାଗହଣା ଦୋକାନରୁ ଜରିମାନା ଆଦାୟ କରାଯାଇଛି। ସଂବଲପୁରର ନିଉ ପାୟଲ ଜୁଏଲର୍ସ ଏବଂ ବ୍ରହ୍ମପୁରର କେଶକ ଜୁଏଲର୍ସ , ବଡବଜାରକୁ କମ୍ପାଉଣ୍ଡିଂ ନୋଟିସ ଜାରି ହୋଇଛି। ଭୁବନେଶ୍ୱରର ୧୦ଟି, ବ୍ରହ୍ମପୁର ଓ କଟକରେ ୮ଟି ଲେଖାଏଁ, ରାଉରକେଲାରେ ୪ଟି ଦୋକାନରେ ଚଢଉ ହୋଇଛି।
ରାଉରକେଲାରେ ୪ଟିରୁ ୨ ଟି ଦୋକାନରେ ବୈଧ ମାପ ବିଜ୍ଞାନରେ ତ୍ରୁଟି ଜଣାପଡିବାରୁ ଜରିମାନା ଆଦାୟ ହୋଇଛି। ବାଲେଶ୍ୱରରେ ୧୦ଟି ସୁନା ଦୋକାନରେ ଏହି ଚଢାଉ ହୋଇଛି। ୧୦ଟିରୁ ୪ଟିରେ ତ୍ରୁଟି ପରିଲକ୍ଷିତ ହେବାରୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୪ ଦିନ ଧରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ଥିବା ବୈଧମାପ ବିଜ୍ଞାନ ବିଭାଗ ପକ୍ଷରୁ ଏହି ଚଢଉ କରାଯାଇଥିଲା। ମୋଟ୍ ୪୫ ଦୋକାନରେ ଚଢଉରେ ୨୯ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।

Comments are closed.