Odisha Link
Bridging the Missing Links in Odisha

ସାରଥୀଙ୍କ ଗୁମର ଖୋଲିଲେ ଆଇପିଏସ୍ ଅରୁଣ ବୋଥ୍ରା, କହିଲେ..

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ସାରଥୀ ବାବା ତଥା ସଞ୍ଜୟ ରାଉଳ। କାରଣ ବରିଷ୍ଠ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କ ପାଇଁ ପୁଣିଥରେ ଚର୍ଚ୍ଚାରେ ସାରଥୀ ବାବା। ସାରଥୀ ବାବାଙ୍କୁ ନେଇ ରୋଚକ ତଥ୍ୟ ଦେଇଛନ୍ତି ଅରୁଣ ବୋଥ୍ରା।

ରଶ୍ମି ଡି ମହାନ୍ତି ନାମକ ଜଣେ ବ୍ୟକ୍ତି ସୋଶିଆଲ ମିଡିଆରେ କିଏ ଥିଲେ ସାରଥୀ ? କ’ଣ ପ୍ରକୃତରେ ତାଙ୍କ ପାଖରେ ଦିବ୍ୟ ଶକ୍ତି ଥିଲା ? କାହିଁକି ଲୋକେ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ ? ଏଭଳି କିଛି ପ୍ରଶ୍ନ ପଚାରିଥିଲେ। ଏହାର ରୋଚକ ଉତ୍ତର ଦେଇଛନ୍ତି ରିଷ୍ଠ ଆଇପିଏସ୍ ତଥା ସାରଥୀ ମାମଲାର ତଦନ୍ତ କରୁଥିବା ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ସୂଚନାଥାଉକି ସାରଥିଙ୍କୁ ଗିରଫ ସମୟରେ ତାଙ୍କ ପାଖରେ ଦିବ୍ୟଶକ୍ତି ଥିବା ନେଇ ବହୁ ମାତ୍ରାରେ ପ୍ରଚାର ହୋଇଥିଲା।

ଅରୁଣ କହିଛନ୍ତି ଯେ, ସେ ଜଣେ ଅବତାରୀ ପୁରୁଷ ଥିଲେ ବୋଲି ତାଙ୍କ ପ୍ରଶଂସକ କହୁଥିଲେ। ଏପରିକି ସିମେଣ୍ଟ ଗାଈରୁ କ୍ଷୀର ବାହାରୁଥିବା କଥା ଜଣେ ପ୍ରଶଂସକ ଘୋଷଣା କରିଥିଲେ। କିନ୍ତୁ ଏସବୁ କଥା ମିଛ ଥିଲା ଏବଂ ଜନସାଧାରଣଙ୍କ ସାମ୍ନାରେ ମନା କରିପାରିବା ସମ୍ଭବପର ନଥିଲା ବୋଲି ଜେରାବେଳେ ସାରଥୀ ତାଙ୍କୁ କହିଥିବା ନେଇ ଟ୍ୱିଟ୍‌ କରି ଉଲ୍ଲେଖ କରିଛନ୍ତି ବୋଥ୍ରା।

କେବଳ ଏତିକି ନୁହେଁ ଯେତେବେଳେ ଆଶ୍ରମ ଭିତରୁ ତାଙ୍କୁ ଗିରଫ କରିବାକୁ ବାରଣ କରିଥିଲେ ଜଣେ ସହକର୍ମୀ। ସାରଥୀଙ୍କ ନିକଟରେ ଈଶ୍ୱରୀୟ ଶକ୍ତି ରହିଛି, ଯାହା ତାଙ୍କୁ ଧ୍ୱଂସ କରିଦେବେ ବୋଲି ସହକର୍ମୀ ଜଣକ ତାଙ୍କୁ କହିଥିବା ଟ୍ୱିଟ୍‌ କରିଛନ୍ତି ବୋଥ୍ରା।

ଏହାସହ ତଦନ୍ତ ସମୟରେ ସାରଥୀଙ୍କ ସହ କୌଣସି ପ୍ରକାରର ଥାଡ୍ ଡିଗ୍ରୀ ପ୍ରୟୋଗ କରାଯାଇନି ବୋଲି ବୋଥ୍ରା ସ୍ପଷ୍ଟ କରିଛନ୍ତି। ଆତ୍ମଘୋଷିତ ବାବା ସାରଥୀଙ୍କୁ ୨୦୧୫ରେ ବାରିମୂଳ ଆଶ୍ରମରୁ ଗିରଫ କରାଯାଇଥିଲା।

Comments are closed.