Odisha Link
Bridging the Missing Links in Odisha

ବାଚସ୍ପତିଙ୍କ ସହ କେନ୍ଦ୍ର ଲଳିତକଳା ଏକାଡେମୀ ବିଦ୍ୟାର୍ଥୀଙ୍କ ସୌଜନ୍ୟସାକ୍ଷାତ

ଭୁବନେଶ୍ୱର : ଲଳିତ କଳା ଏକାଡେମୀ, ନୂଆଦିଲ୍ଲୀର ଭୁବନେଶ୍ୱରଠାରେ ଥିବା ଆଞ୍ଚଳିକ କେନ୍ଦ୍ରରେ ରିସର୍ଚ୍ଚ ସ୍କୋଲାର ଭାବରେ ଯୋଗଦେଇଥିବା ୫ ଜଣ ଛାତ୍ରଛାତ୍ରୀ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠରେ ସୌଜନ୍ୟ ସାକ୍ଷାତ କରିଛନ୍ତି ।

ବାଚସ୍ପତି ଡ. ପାତ୍ର ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଇନ୍ଦିରା କଳା ସଂଗୀତ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ର ଛାତ୍ରୀ ପିଙ୍କି କୁମାରୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଶେ୍ୱତାରାଣୀ ଘୋଷ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସରୋଜ ରଣା, ସୁଜାତା ମହାପାତ୍ର ଓ କ୍ଷିତୀଶ ଚନ୍ଦ୍ର ଦାସ ‘ଗରି’ ଛାତ୍ରବୃତ୍ତି ପାଇବା ପରେ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ଏକ ବର୍ଷ ପାଇଁ ଗବେଷଣାରତ ଅଛନ୍ତି । ସେମାନେ ବିଧାନସଭାର ବିଭିନ୍ନ ପୁରାତନ ପୋର୍ଟ୍ରେଟ୍‌, ପେଣ୍ଟିଂ, ଗ୍ରନ୍ଥାଗାର ସହ ଅନ୍ୟ ବିଭାଗଗୁଡ଼ିକୁ ବୁଲି ଦେଖିଥିଲେ ।

ଏହି ସୌଜନ୍ୟ ସାକ୍ଷାତ ସମୟରେ ବିଦ୍ୟାର୍ଥୀମାନେ ବାଚସ୍ପତି ଡ. ପାତ୍ରଙ୍କୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବାଚସ୍ପତିଙ୍କ ଏକ ପୋର୍ଟ୍ରେଟ୍‌ ଉ ପହାର ଦେଇଥିଲେ । ଏହି ଅବସରରେ ବିଧାନସଭା ସଚିବ ଦାଶରଥୀ ଶତ ପଥୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.