Odisha Link
Bridging the Missing Links in Odisha

ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର

ମୁମ୍ବାଇ: ବଲିଉଡ଼ ଷ୍ଟାର ପ୍ରିୟଙ୍କା ଚୋପ୍ରା ନିଜକୁ ଦକ୍ଷ ଅଭିନେତ୍ରୀ ଭାବେ ଗଢ଼ି ତୋଳିଛନ୍ତି । ସେ ନିଜ ଅଭିନୟର ଯାଦୁରେ ବଲିଉଡ଼ ସହ ହଲିଉଡ଼ରେ ମଧ୍ୟ ଦର୍ଶକ ଙ୍କ ମନ କିଣିନେଇଛନ୍ତି । ପ୍ରିୟଙ୍କା ଡ଼ିସେମ୍ବର ୧ ୨୦୧୮ ରେ ହଲିଉଡ଼ ଷ୍ଟାର ନିକ୍ ଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ବିବାହ ଗତ ବର୍ଷ ଡିସେମ୍ବର ୧ ଓ ୨ରେ ଦୁଇ ଦିନ ଧରି ହୋଇଥିଲା । ସେମାନେ ଖ୍ରୀଷ୍ଟିୟାନ୍‌ ଓ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ।

ଦୁହେଁ ସେମାନଙ୍କର ପ୍ରଥମ ମ୍ୟାରେଜ୍ ଆନିଭର୍ସରି ସେଲେବ୍ରେଟ୍‌ କରୁଥିବାବେଳେ ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର। ‘ମାରାକେଚ୍‌ ଇଣ୍ଟରନ୍ୟାସ୍‌ନାଲ୍ ସିନେମା ଫେଷ୍ଟିଭାଲ୍‌’ ପ୍ରିୟଙ୍କାଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ପ୍ରିୟଙ୍କାଙ୍କୁ ଏହି ସମ୍ମାନ ମୋରୋକ୍କୋର ଐତିହାସିକ ସ୍ଥଳ ‘ଜେମା ଏଲ୍‌ ଫନା ସ୍କୋୟାର୍‌’ରେ ଦିଆଯିବ।

ପ୍ରିୟଙ୍କା ପ୍ରଥମ ଭାରତୀୟ ମହିଳା ସେଲେବ୍ରିଟି ହେବେ ଯାହାଙ୍କୁ ଏହି ସିନେମା ଫେଷ୍ଟିଭାଲ୍‌ରେ ସମ୍ମାନିତ କରାଯିବ। ପୂର୍ବରୁ ୨୦୧୨ରେ ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନ ମିଳିଥିଲା। ସୂଚନା ଅନୁଯାୟୀ, ଏହି ଫେଷ୍ଟିଭାଲ୍‌ରେ ପ୍ରିୟଙ୍କାଙ୍କ ସହ ଆମେରିକାର ଜଣାଶୁଣା ନିର୍ଦ୍ଦେଶକ ରବର୍ଟ ରେଡ୍‌ଫୋର୍ଡ, ଫ୍ରେଞ୍ଚ୍ ସିନେମା ନିର୍ମାତା ବରଟ୍ରାଣ୍ଡ ତାବେର୍ନିୟର୍ ଓ ମୋରୋକ୍କୋର ସିନେମା ଷ୍ଟାର୍‌ ମୋଆନା ଫତ୍ତେୟୁ।