Odisha Link
Bridging the Missing Links in Odisha

‘ବିଗ୍‌ ବସ୍‌’ ଛାଡ଼ିବେ ସଲ୍‌ମାନ୍‌ !

 ମୁମ୍ବାଇ: ଟେଲିଭିଜନ ଜଗତର ରିଆଲିଟି ଶୋ’ ‘ ବିଗ୍‌ ବସ୍‌ ୧୩’ ର ଟିଆର୍‌ପି ବଢ଼ିବାରେ ଲାଗିଛି । ଶୋ’ ଟି ଆରମ୍ଭ ହେବା ପୂର୍ବରୁ ଏହାର ଟିଆର୍‌ପି ବହୁତ କମ ଥିଲା କିନ୍ତୁ ଏହି ଶୋ ଟି ପୂରା ହିଟ୍‌ ହୋଇଗଲାଣି । ଶୋ’ ର ନିର୍ମାତା ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇ ଦେଇଛନ୍ତି। ଏହାପରେ ଫ୍ୟାନ୍‌ମାନେ ଅନେକ ଖୁସି ହୋଇଯାଇଥିଲେ କିନ୍ତୁ ନିରାଶ ଜନକ ଖବରଟିଏ ଆସିଛି । ଅନେକ ଦର୍ଶକ ଶୋ ରେ ସଲମାନ ଖାଁଙ୍କୁ ଦେଖିବାକୁ ଆସିଥାନ୍ତି । କିନ୍ତୁ ଶୋ ଟି ୫ ସପ୍ତାହ ବଢ଼ାଇ ଥିବାରୁ ସଲ୍‌ମାନ୍‌ ଆଉ ହୋଷ୍ଟିଙ୍ଗ୍ ରେ ନଜର ଆସିବେନି ।

ସଲ୍‌ମାନ୍‌ ‘ୱିକେଣ୍ଡ କା ବାର୍‌’ ଏପିସୋଡ୍‌ରେ କହିଥିଲେ , ‘ବିଗ୍‌ ବସ୍‌ ୧୩’ ବର୍ତ୍ତମାନ ସବୁଠୁ ହିଟ୍‌ ସିଜିନ୍ ପ୍ରମାଣିତ ହୋଇଛି। ତେଣୁ ଶୋ’କୁ ଆହୁରି ୫ ସପ୍ତାହ ବଢ଼ାଇ ଦିଆଯାଇଛି। ଦର୍ଶକ ଫେବୃଆରୀ ପର୍ଯ୍ୟନ୍ତ ବିଗ୍‌ ବସ୍‌ ଦେଖିପାରିବେ। ଏହି ଖବର୍‌ରେ ସମସ୍ତେ ଖୁସି ହୋଇ ଯାଇଥିଲେ। କିନ୍ତୁ ସଲ୍‌ମାନ୍ ଆଗକୁ କହିଥିବା କଥା ଶୁଣି ସମସ୍ତଙ୍କ ମନ ଦୁଃଖ ହୋଇଯାଇଥିଲା। ସେ କହିଥିଲେ ଯେ ଶୋ’ ଏକ୍ସଟେଣ୍ଡ ହେବା ପରେ ସଲ୍‌ମାନ୍‌ ଆଉ ରହିବେ ନାହିଁ ।

 

ବିଗ୍‌ ବସ୍‌ ଫ୍ୟାନ୍‌କ୍ଲବ ଅନୁଯାୟୀ, ଶୋ’କୁ ଆହୁରି ବଢ଼ାଯିବାରୁ ହେବାରୁ ସଲ୍‌ମାନ୍‌ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଆଗକୁ ସେ ତାଙ୍କ ସିନେମା ‘ରାଧେ’ର ଶୁଟିଂ କରିବେ। ସେଥିପାଇଁ ତାଙ୍କ ସ୍ଥାନରେ ବର୍ଦ୍ଧିତ ୫ ସପ୍ତାହରେ ଆଉ ଜଣେ ହୋଷ୍ଟ କରିବେ । ସେ ଆଉ କେହିନୁହେଁ ସେ ହେଉଛନ୍ତି ଫର୍‌ହା ଖାନ୍‌ । ଏହି ଘଟଣା ବିଗ୍ ବସ୍‌ ଘରେ ପ୍ରଥମ ନୁହେଁ । କାରଣ ‘ବିଗ୍‌ ବସ୍‌ ୮’ ରେ ମଧ୍ୟ ଶୋର ସମୟ ସୀମା ବୃଦ୍ଧି କରାଯାଇଥିଲା । ଫର୍‌ହା ଶୋ’ର ହୋଷ୍ଟ୍ କରିଥିଲେ ।

Comments are closed.