Odisha Link
Bridging the Missing Links in Odisha

ଫଡନାଭିସ୍‌ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହେବା ପଛର ରାଜ ଖୋଲିଲେ ବିଜେପି ସାଂସଦ, ଫଡନାଭିସ୍‌ କହିଲେ..

ମୁମ୍ବାଇ: ବର୍ତ୍ତମାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଉଦ୍ଧବ ଠାକରେ। ହେଲେ ଏହା ପୂର୍ବରୁ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ବର୍ତ୍ତମାନରର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍। ଏହା ପଛର ରହସ୍ୟ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ।

ସେ କହିଛନ୍ତି, କେନ୍ଦ୍ର ମହାରାଷ୍ଟ୍ରକୁ ୪୦ ହଜାର କୋଟି ଟଙ୍କା ଦେଇଥିଲା। ହେଲେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଆସିଲେ ଏହି ଟଙ୍କା ଦୂରୁପଯୋଗ ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଏହି ଟଙ୍କା ଠିକଣା ଜାଗାରେ ପହଞ୍ଚାଇବାକୁ ଯାଇ ଫଡନାବିସ ଏଭଳି ନାଟକ କରିଥିଲେ ବୋଲି ହେଗଡେ କହିଛନ୍ତି। କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଏହି ତିନି ଦଳି ମିଳି ମିଶି ଖାଇଦେବେ ବୋଲି ଆଶଙ୍କା କରିଥିଲେ ଫଡନାବିସ। ସେଥିପାଇଁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସେହି ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ରକୁ ଫଡନାବିସ ଫେରାଇ ଦେଇଥିଲେ ବୋଲି ହେଗଡେ କହିଛନ୍ତି।

ତେବେ ଦଳର ସହଯୋଗୀ ନେତା ଅନନ୍ତ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସେମିତି କୌଣସି ନିଷ୍ପତ୍ତି ନେଇ ନାହିଁ ବୋଲି ଫଡ଼ନାବିସ କହିଛନ୍ତି।

ଅନ୍ୟପଟେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶିବସେନା ସଞ୍ଜୟ ରାଉତ। ସେ ଟୁଇଟ କରି କହିଛନ୍ତି ଯେ, ବିଜେପି ସାଂସଦ ଅନନ୍ତ କୁମାର ହେଗଡେ କହିଛନ୍ତି ଯେ ଫଡନାଭିସ୍‌ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ଏଥିପାଇଁ ହୋଇଥିଲେ କି କେନ୍ଦ୍ରକୁ ମହାରାଷ୍ଟ୍ରରୁ ୪୦ ହଜାର କୋଟି ଟଙ୍କା ଫେରସ୍ତ କରିବା ପାଇଁ। ଯାହା ମହାରାଷ୍ଟ୍ରବାସୀଙ୍କ ସହ ଗର୍ଦ୍ଦାରୀ କରାଯାଇଛି ବୋଲି ସଞ୍ଚୟ କହିଛନ୍ତି।

Comments are closed.