Odisha Link
Bridging the Missing Links in Odisha

ଶିକାର କରିବାକୁ ଯାଇ ଶିକାରୀ ମୃତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶିକାର କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟ ଘଟିଛି। ମୃତ ଯୁବକଜଣକ ହେଉଛନ୍ତି ବି.ଡକେବାଡ଼ି ଗ୍ରାମର କ୍ରୀଷ୍ଣା ନାୟକ।
ମିଳିଥିବା ସୂଚନା ଅନୁସାରେ ଶନିବାର ବି.ଡକେବାଡ଼ି ଗ୍ରାମର ୪ ରୁ ୫ ଜଣ ଶିକାରୀ ଜଙ୍ଗଲକୁ ବିଭିନ୍ନ ମାରଣାସ୍ତ୍ର ସହିତ ଦେଶୀ ବନ୍ଧୁକ ଧରି ଯାଇଥିଲେ। ତେବେ ରବିବାର ଅପରାହ୍ନରେ ଶିକାରକୁ ଯାଇଥିବା ସହଯୋଗୀ ଶିକାରୀମାନେ କ୍ରୀଷ୍ଣାଙ୍କ ମୃତଦେହ ଧରି ତାଙ୍କ ଘରେ ପହଞ୍ଚିଥିଲେ। ଏନେଇ ସୋମବାର ସକାଳୁ ଦାରିଙ୍ଗବାଡ଼ି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ କୌଶିକ ମାଝି ପ୍ରକାଶ କରିଛନ୍ତି। ଏହା ସହିତ ଘଟଣାରେ ଏକାଧିକ ଲୋକଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଥିବା ସେ ପ୍ରକାଶ କହିଛନ୍ତି। ତେବେ କ୍ରିଷ୍ଣାଙ୍କ ମୃତ୍ୟ କିଭଳି ହୋଇଛି, ନିଜ ବନ୍ଧୁକରୁ ଗୁଳି ଫୁଟି ହୋଇଛି କି ସହଯୋଗୀ ଶିକାରୀର ଗୁଳିରେ ମୃତ୍ୟ ଘଟିଛି ସେ ନେଇ ପୁଲିସ ତଦନ୍ତ କରୁଛି।

Comments are closed.